ପ୍ରକୃତି ମିତ୍ର ର ପୁରସ୍କାର ଗ୍ରହଣ କଲେ ପ୍ରଧାନ ଶିକ୍ଷକ।
ଖଣ୍ଡପଡ଼ା ବ୍ଲକ ଅଧୀନ କୋଷ୍କା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ରଦଳେଇ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ପ୍ରକୃତିମିତ୍ର ପୁରସ୍କାର ଗ୍ରହଣ କରି ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି।ଜଣେ ପରିବେଶ ବିତ୍ ଭାବେ ଜଣା ଶୁଣା ପ୍ରଧାନ ଶିକ୍ଷକ ଶ୍ରୀ ଦଳେଇ କାଯ୍ୟ କାଳ ସମୟରେ ବିଭିନ୍ନ ବିଦ୍ୟାଳୟ ରେ ଇକୋ କ୍ଲବ ଗଠନ କରି ସବୁଜ ପରିବେଶ ସୃଷ୍ଟି କରିବାରେ ଅଗ୍ରଣୀ ଭୂମୀକା ଗ୍ରହଣ କରି ଆସୁଛନ୍ତି।ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ କୃଷି ଓ ବୈଷୟିକ ବିଶବବିଦ୍ୟାଳୟର ସମ୍ମିଳନୀ କକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବିଭାଗୀୟ ମନ୍ତ୍ରୀ ଓ ମାନ୍ୟ ଗନ୍ୟ ବ୍ୟତିଙ୍କ ଉପସ୍ଥିତି ରେ ପ୍ରଧାନ ଶିକ୍ଷକ ଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରାଯାଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق