BREAKING
Loading...
:

ପାଇପ ଚୋରାଚାଲାଣ ବେଳେ ପୋଲିସର ଚଢାଉ ଟ୍ରାକ୍ଟର ସହ ୩ ପାଇପ ଜବତ

 ପାଇପ ଚୋରାଚାଲାଣ ବେଳେ ପୋଲିସର ଚଢାଉ  ଟ୍ରାକ୍ଟର  ସହ ୩ ପାଇପ ଜବତ                     

  

  ଖଣ୍ଡପଡ଼ା (ବ୍ୟୁରୋ) ଖଣ୍ଡପଡ଼ା ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ଯାଳୟ ପରିସରରୁ କାଷ୍ଟ ଆଇରନ ପାଇପ  ଚୋରାରେ ଚାଲାଣ ବେଳେ ଗ୍ରାମବାସୀଙ୍କ ଠାରୁ ଖବରପାଇ  ଖଣ୍ଡପଡ଼ା ପୋଲିସ ନିକଟସ୍ଥ କୁଞ୍ଜବିହାରୀ ଗ୍ରାମରେ ଅଚାନକ ଚଢାଉ କରି ୩ ଟି ପାଣି ପାଇପ ବୋଝେଇ ହୋଇଥିବା ନୀଳ ରଙ୍ଗର ଏକ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।ତେବେ କେଉଁ ପରିସ୍ଥିତିରେ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ଯାଳୟ ପରିସରରୁ ଟ୍ରାକ୍ଟର ଯୋଗେ ପାଇପ ବୋଝେଇ ହୋଇ ନିକଟସ୍ଥ କୁଞ୍ଜବିହାରୀ ଗ୍ରାମକୁ ଗଲା ସେ ସଂର୍ପକରେ ବିଭାଗୀୟ ସହକାରୀ ଯନ୍ତ୍ରୀ କୌଣସି ସୂଚନା ଦେବାକୁ ଅନିଚ୍ଛା ପ୍ରକାଶ କରିଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖଣ୍ଡପଡ଼ା ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ତ୍ରିଲୋଚନ ବେହେରା ଖଣ୍ଡପଡ଼ା ଥାନାରେ ଡେରା ପକାଇଥିବା ଜଣାପଡିଛି। ତେବେ ଘଟଣା ସଂପର୍କରେ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଓ ଜଣେ ଠିକାଦାରଙ୍କ ସଲାସୁତୁରାରେ ପାଣି ପାଇପ ଗୁଡିକ ବିକ୍ରୀ ଉଦ୍ଦେଶ୍ଯରେ ବାହାରକୁ ଟ୍ରାକ୍ଟର ଯୋଗେ ଚୋରାରେ ଚାଲାଣ ହେଉଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଖଣ୍ଡପଡ଼ା ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟକଳାପ ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଭିଜିଲାନ୍ସ ବିଭାଗ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS