ରାମଚଣ୍ଡୀ ଗାଁ ଦାଣ୍ଡ ରେ ବୁଲିଲା ଖଣ୍ଡା. ଜଣେ ଆହତ ।
ବାଙ୍କୀ, 2l6(ମାନସ ରଞ୍ଜନ ସାହୁ):ବାଙ୍କୀ ଥାନା ବାଆଁରା ପଞ୍ଚାୟତ ରାମଚଣ୍ଡି ଗାଁ ରେ ଜମି ବାଡ଼ି ବିବାଦ କୁ କେନ୍ଦ୍ର କରି ବୁଲିଲା ଖଣ୍ଡା. ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ରେ ହାଣିଚି ଦୁର୍ବୁତ୍ତ.ଘଟଣା ରେ ସନ୍ତୋଷ ସାହୁ ଗୁରୁତ୍ୱ ର ଆହତ ହୋଇ ଉଚ୍ଚ ଚିକିତ୍ସା ପାଇଁ ୧0୮ ଆମ୍ବୁଲାନ୍ସ ଦ୍ୱାରା କଟକ ଏସିବି ରେ ଭର୍ତ୍ତି.ହୋଇଛନ୍ତି. ସେପଟେ ଖଣ୍ଡାଧାରୀ ଦୁର୍ବୁତ୍ତ କେଳୁ ଚରଣ ଲେଙ୍କା ଓ ତାଙ୍କ ପୁଅ ସ୍ତ୍ରୀ ଙ୍କ ବିରୋଧ ରେ ବାଙ୍କୀ ଥାନା ରେ ଆହତ ଙ୍କ ଭାଇ ବନମାଳି ସାହୁ ଙ୍କ ପକ୍ଷରୁ ଏତଲା ଦିଆଯାଇଛି.ପୋଲିସ ଏତଲା କୁ ଭିତ୍ତିକରି କେଶ ନମ୍ବର ୧୯୧/୨୫ ରେ ମାମଲା ରୁଜୁ କରି କେଳୁଚରଣ କୁ ଗିରଫ କରି ଡାକ୍ତରୀ ପରୀକ୍ଷା କରାଇ କୋର୍ଟ ଚାଲାଣ କରିଛି.ଏବେବି ଉକ୍ତ ଘଟଣା ରେ ସମ୍ପୃକ୍ତ ୨ ଜଣ ବୁଲୁଛନ୍ତି ଖୋଲା ଆକାଶ ତଳେ. ଏମାନଙ୍କୁ ପୋଲିସ କେବେ କରିବ ଗିରଫ ଏଭଳି ଦାବି କରିଛନ୍ତି ସନ୍ତୋଷ ଙ୍କ ପରିବାର.ସୂଚନା ଥାଉକି ଜମି ଜୁମାକୁ କେନ୍ଦ୍ର କରି ଲାଗିଥିଲା ଉଭୟ ପରିବାର ମଧ୍ୟରେ କଳହ , ପଡ଼ୋସି 'କେଳୁଚରଣ ଲେଙ୍କା ଅଚାନକ ଦୈଡିଯାଇ ଘରୁ ଖଣ୍ଡା ବାହାର କରି ଆଣି ଅମାନୁଷିତ ଭାବେ ସନ୍ତୋସ କୁମାର ସାହୁ କୁ ପଛ ପଟୁ ଖଣ୍ଡାରେ ଆକ୍ରମଣ କରିଥିଲା.ଫଳରେ ସନ୍ତୋଷ ସାହୁଙ୍କ ବେକରେ ଗଭୀର ଆଘାତ ଲାଗିଥିଲା. ହିଂସ୍ର ହୋଇ କେଳୁଚରଣ ସନ୍ତୋଷ ର ସାନ ଭାଇକୁ ବି ମଧ୍ୟ ହାଣିବା ପାଇଁ ପଛାଇ ନ ଥିଲା . ଏବେ ସନ୍ତୋଷ ଉଚ୍ଚ ଚିକିତ୍ସା ପାଇବା ପରେ ସୁସ୍ଥ ରହିଥିବା ସୂଚନା ମିଳିଛି l
ମଣିଭଦ୍ରା ଖବର, ବାଙ୍କୀ
Post a Comment