BREAKING
Loading...
:

ବାଙ୍କୀ କନ୍ତ ପହଁରା ଗାଁ ରେ ଚୋରୀ , ଥାନା ରେ ଏତେଲା ।

 ବାଙ୍କୀ କନ୍ତ ପହଁରା ଗାଁ ରେ ଚୋରୀ , ଥାନା ରେ ଏତେଲା । 


ବାଙ୍କୀ, ୨l୬ (ମାନସ ରଞ୍ଜନ ସାହୁ) : ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣ ପୁର ବିଟ୍ ହାଉସ ଅଧୀନ କନ୍ତ ପହଁରା ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଜୈନିକ ବ୍ୟକ୍ତି ଙ୍କ ଘର ଝରକା ଭାଙ୍ଗି ଦୃର୍ବୁତ୍ତ ମାନେ ସୁନା ରୂପା ଓ ବହୁ ଦାମୀ ସାମଗ୍ରୀ  ଚୋରି କରିନେଇଥିବା ପରିବାର ପକ୍ଷରୁ ଥାନାରେ  ଏତଲା ହୋଇଛି. ଏତଲା କୁ ଭିତ୍ତିକରି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଥାଉ କି କନ୍ତ ପହଁରା ଗ୍ରାମର ଶଙ୍କର ବେହେରା ( ୬୩) ଙ୍କ ଘରେ ତାଙ୍କ ପତ୍ନୀ ବ୍ୟତୀତ  କେହି ଘରେ ନଥିବା ବେଳେ ଏହାର ସୁଯୋଗ ନେଇ ଦୃର୍ବୁତ୍ତ ମାନେ ଝରକା ଗ୍ରିଲ ଭାଙ୍ଗି  ଘରେ କଳାକନା ବୁଲାଇଛନ୍ତି । ଏଭଳି ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ସୁବର୍ଣ୍ଣ ପୁର ବିଟ୍ ହାଉସ ଅଧିକାରୀ ପ୍ରସନ୍ନ କୁମାର ମାହାଳି  ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି .ସେପଟେ ବିଟ ହାଉସ ପକ୍ଷରୁ ସୂଚନା ମିଳିବା ପରେ ବାଙ୍କୀ ଥାନା  ଆଇ ଆଇ ସି ଦିଲୀପ କୁମାର ମର୍ଦ୍ଦରାଜ ଭୂଇଁଆଁ ଏବଂ ଟିମଙ୍କ ସହିତ  ଅନୁସନ୍ଧାନ କାରି ଟିମ ପହଁଚି ତଦନ୍ତ ଚଲାଇଛନ୍ତି। ଦୃର୍ବୁତ୍ତ ମାନେ ଯେଉଁ ବାଟ ଦେଇ ଚୋରି କରିବାକୁ ଯାଇଥିଲେ ସେଠାରେ ତାଙ୍କର ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଥିଲା । ଶଙ୍କର ଙ୍କ  ପତ୍ନୀ  ଘରେ ଶୋଇ ଥିବା ବେଳେ ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ  ଦୃର୍ବୁତ୍ତ ମାନେ ଘରେ ପଶି ଏକ ଲକ୍ଷ ଟଙ୍କା  , ସୁନା , ରୂପା ଆଦି ଚୋରି କରିନେଇଥିବା ଅଭିଯୋଗ ରେ ଦର୍ଶାଯାଇଛି । ପୋଲିସ ପକ୍ଷରୁ କେସ ନଂ ୧୯୨/୬ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି  ବୋଲି  ବାଙ୍କୀ ଥାନା ଆଇ ଆଇ ସି ଦିଲୀପ କୁମାର ମର୍ଦ୍ଦରାଜ ଭୂଇଁଆ ସୂଚନା ଦେଇଛନ୍ତି ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS