BREAKING
Loading...
:

ଚୋରା ସୁନା କାରବାରରେ ଲିପ୍ତ ଅଭିଯୋଗରେ ଖଣ୍ଡପଡ଼ା ଶିଳ୍ପ ତାଲିମ କେନ୍ଦ୍ରର ପରିଚାଳକ ଗିରଫ

 ଚୋରା ସୁନା କାରବାରରେ ଲିପ୍ତ ଅଭିଯୋଗରେ ଖଣ୍ଡପଡ଼ା ଶିଳ୍ପ ତାଲିମ କେନ୍ଦ୍ରର ପରିଚାଳକ ଗିରଫ 



ଖଣ୍ଡପଡ଼ା ୨୭|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଚୋରା ସୁନା କାରବାରରେ ଲିପ୍ତ ଥିବା ଅଭିଯୋଗରେ ଭୁବନେଶ୍ବରସ୍ଥିତ ଭରତପୁର ଥାନା ପୋଲିସ ଖଣ୍ଡପଡ଼ା ଶିଳ୍ପ ତାଲିମ କେନ୍ଦ୍ରର ମୁଖ୍ଯ ପରିଚାଳକ ପ୍ରଦୀପ୍ତ କୁମାର ବଳିଆରସିଂହଙ୍କୁ ମଙ୍ଗଳବାର ଅପରାହ୍ନରେ ଖଣ୍ଡପଡ଼ା ଶିଳ୍ପ ତାଲିମ କେନ୍ଦ୍ର ପରିସରରୁ ଭୁବନେଶ୍ବର ଉଠାଇ ନେଇଥିବା ଜଣାପଡିଛି।ଘଟଣା ସଂର୍ପକରେ ମିଳିଥିବା ସୂଚନାନୁଯାୟୀ ଭରତପୁର ଥାନା ପୋଲିସ ଚୋରା ସୁନା କାରବାର ଘଟଣା ସଂର୍ପକରେ ଖୋଳତାଡ କରିବା ସମୟରେ ଖଣ୍ଡପଡ଼ାସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରର ମୁଖ୍ଯ ପରିଚାଳକ ଶ୍ରୀ ବଳିଆରସିଂହ ଉକ୍ତ ଘଟଣାରେ ସଂପୃକ୍ତ ଥିବା ନେଇ ପୋଲିସକୁ ବିଶେଷ ସୁତ୍ରରୁ ସୁରାକ ମିଳିଥିଲା। ଭରତପୁର ଥାନାଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ପୋଲିସ ଟିମ ସଦଳବଳେ ଖଣ୍ଡପଡ଼ାରେ ଚଢାଉ କରିଥିଲା। ଚଢାଉ ସମୟରେ ପୋଲିସ ବଳିଆରସିଂହଙ୍କ ସମେତ ସେ ବ୍ୟବହାର କରୁଥିବା ଏକ ଧଳା ରଙ୍ଗର କାରକୁ ପୋଲିସ ଜବତ କରିଥିବା ଜଣାପଡିଛି। ଏହି ଘଟଣା ଖଣ୍ଡପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏକ ଶିକ୍ଷାନୁଷ୍ଠାନ ପରିଚାଳନା ଦାୟିତ୍ବରେ  ଥିବା ଶ୍ରୀବଳିଆରସିଂହ ବିଭିନ୍ନ କଳେଙ୍କାରୀରେ ଲିପ୍ତ ଥିବା ନେଇ ସାଧାରଣରେ ଆଲୋଚନା ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS