BREAKING
Loading...
:

ଛେଳିଗଡ ବିସ୍ଥାପିତ ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

 ଛେଳିଗଡ ବିସ୍ଥାପିତ ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।



ଗଜପତି(ମନୋଜ କୁମାର ପାଢୀ)- ଛେଳିଗଡ ବୁଡି ଅଞ୍ଚଳ ବିସ୍ଥାପିତ ସଂଗ୍ରାମ ସମିତି ପକ୍ଷରୁ ସଭାପତିଙ୍କ ନେତୃତ୍ବରେ ଗତକାଲି ଏକ ପ୍ରତିନିଧି ଦଳ ଗଜପତି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ୧୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ତାଙ୍କୁ ପ୍ରଦାନ କରିଛନ୍ତି । ଛେଳିଗଡ ପ୍ରକଳ୍ପର ଟନେଲ କାର୍ଯ୍ୟ ବତ୍ତମାନ ଶେଷ ପର୍ଯ୍ୟାୟରେ ପହିଞ୍ଚିଛି । ଆଡିବନ୍ଧ ଓ ଅନ୍ୟାନ୍ୟ କାର୍ଯ୍ୟ ପିଇଁ ଟେଣ୍ଡର ସରିଛି । ତେବେ ପ୍ରତିଶୃତି ପ୍ରକାରେ ବିସ୍ଥାପିତ ଙ୍କୁ ଥଇଥାନ କରିବା ନିମନ୍ତେ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇନାହିଁ । ବିଶେଷକରି ଚାଷଜମି ପ୍ରଦାନ,ଥଇଥାନ କଲୋନି ନିର୍ମାଣ,ନୂତନ ଭାବେ ସର୍ଭେ ହୋଇଥିବା ବିସ୍ଥାପିତମାନଙ୍କୁ ସହାୟତା ରାଶି ତୁରନ୍ତ ପ୍ରଦାନ, କ୍ଷେତିଗ୍ରସ୍ତ ଜମିକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଚିହ୍ନଟ, ବିସ୍ଥାପିତ ପରିବାରର ଶିକ୍ଷିତ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ, ହରାଇଥିବା ଭୂ- ଅର୍ଜନ ଜମିର କ୍ଷେତିପୂରଣ ରାଶି ବୃଦ୍ଧି, ଆରପିଡିଏସି ବୈଠକ ଡକାଯାଇ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ସରକାର ପଦକ୍ଷେପ  ନିଅନ୍ତୁ ବୋଲି ଦାବିପତ୍ର ଅନୁରୋଧ କରାଯାଉଛି । ୨୦୦୫ - ୨୬ ମସିହାରୁ ଛେଳିଗଡ ଜଳସେଚନ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଛି । ଏହା ସମ୍ପୂଣ୍ଣ ହେଲେ ଗଜପତି ଜିଲ୍ଲାର ୫୦୦ ଓ ଗଞ୍ଜାମ ଜିଲ୍ଲାର ୫.୭୬୦ ହେକ୍ଟର ଜମି ଜଳସେଚିତ ହେବ । ଏହାଛଡା ବ୍ରହ୍ମପୁର ସହରକୁ ପିଇବା ପାଣି ସୁବିଧା ସହ ପ୍ରକଳ୍ପରୁ ୩୬ ମେଗାଓ୍ବାଟ ବିଦ୍ୟୁତ ଉପାଦନ ହୋଇଥିବା ବତ୍ତମାନ, ଜଳ ନିଷ୍କାସନ ପାଇଁ ପାହଡ ମଝିରେ ୧.୨୮୦ ମିଟର ଲମ୍ବର ଏକ ସୁଡଙ୍ଗ ନିର୍ମାଣ ଚାଲିଛି । ପ୍ରାଥମିକ ପଯ୍ୟାୟରେ ପ୍ରକଳ୍ପ ପାଇଁ ୬୬ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ଏବେ ତାହା ୯୩୬.୬୩ କୋଟିରେ ପହଞ୍ଚିଛି  । ପ୍ରକଳ୍ପ ଦ୍ବାରା ତିଳିଗାଁ, କାକିଲି, ଚଡିପଦା, ଶୁଗୁବା, ବ~ିଦ୍ୟାଧରପୁର ଆଦି ପାଞ୍ଚଟି ଗ୍ରାମର ୧୧୨ ପରିବାରର ୫୯୬ ଜଣ କ୍ଷେତିଗ୍ରସ୍ତ ହେଉଛନ୍ତି । ସରକାରୀ$ ନିୟମ ଅନୁସାରେ ସେମାନଙ୍କୁ ଆଥିକ ସହାୟତା ଆଜି ପର୍ଯ୍ୟନ୍ତ$ ମିଳି ପାରିଲାନାହିଁ । ମାତ୍ର ୧୯ ପରିବାରଙ୍କୁ ଗଞ୍ଜାମ ଜିଲ୍ଲା ଗଡସାନ୍ତରାପୁର ଗ୍ରାମ ନିକଟରେ ଥଇଥାନ କରାଯାଉଛି । ହେଲେ ବଳକା ୯୩ ବିସ୍ଥାପିତ ପରିବାରଙ୍କୁ ସଠିକ୍ ପରିମାଣର ଜମି ଯୋଗାଇବା ପ୍ରଶାସନ ବିଫଳ ହୋଇଛି । ସେହିଭଳି, ଚାଷଜମି ଚିହ୍ନଟ କରାଯାଇଥିଲେ  ବି ବିସ୍ଥାପିତମାନଙ୍କୁ ଆବଣ୍ଟନ ହୋଇନାହିଁ । ଅନ୍ୟପଟେ, ୧୯ ବିସ୍ଥାପିତ ପରିବାରଙ୍କ ପାଇଁ ନିର୍ମାଣଧୀନ ମନ୍ଦିର ପ୍ରତିଷ୍ଠାକୁ ନେଇ ମଧ୍ୟ ବିବାଦ ଦେଖାଯାଇଛି । ଏଣୁ ସମସ୍ତ ସମସ୍ୟାର ସମାଧାନ ନେଇ ଆଜି ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ପୂର୍ବତମ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ରମାକାନ୍ତ ପ୍ରଧାନ, ସୁରେନ୍ଦ୍ର ନାୟକ, କୁରେଶ ବଡରଇତ, ନରୋତ୍ତମ ରାଉତ, ରବିନ୍ଦ୍ର ନାୟକଙ୍କ ସମେତ ଅବାରସିଂ, ଛେଳିଗଡ ଜନପ୍ରତିନିଧି ଏବଂ ବିସ୍ଥାପିତଚଚଚ; ଗ୍ରାମବାସୀ ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS