BREAKING
Loading...
:

ଖଣ୍ଡପଡ଼ା ବିଧାୟକଙ୍କ ଜନଶୁଣାଣି ଶିବିର

 ଖଣ୍ଡପଡ଼ା ବିଧାୟକଙ୍କ ଜନଶୁଣାଣି ଶିବିର  


ଖଣ୍ଡପଡ଼ା  (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏକ ଜନଶୁଣାଣୀ ଶିବିର ଖଣ୍ଡପଡ଼ା ପୂର୍ତ୍ତବିଭାଗ ବଙ୍ଗଳା ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ଖଣ୍ଡପଡ଼ା ବ୍ଲକ ପ୍ରଶାସନର ସମସ୍ତ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗୁଡିକ ଉପରେ ଶୁଣାଣି କରିଥିଲେ।ଖଣ୍ଡପଡ଼ା ବ୍ଲକ ଅଧିନ ୨୨ ଗୋଟି ପଞ୍ଚାୟତ ଖଣ୍ଡପଡ଼ା ସହରର କିଛି ବ୍ୟକ୍ତି ଅଭିଯୋଗପତ୍ର ଧରି ସିଧାସଳଖ ବିଧାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।ସର୍ବମୋଟ ୨୪୮ ଗୋଟି ଅଭିଯୋଗପତ୍ର ଶିବିରରେ ଗ୍ରହଣ କରଯାଇଥିଲା।ବିଭିନ୍ନ ଅଭିଯୋଗ ମଧ୍ଯରେ ଖଣ୍ଡପଡ଼ା ସମାଜ ପ୍ରତିନିଧି ଭବାନୀଶଙ୍କର ସିଂହସାମନ୍ତ  ଖୋଦ ବିଧାୟକ  ଫୋନ ଉଠାଉନଥିବା ନେଇ ଏକ ପତ୍ର ଜରିଆରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗକୁ ନେଇ ଖଣ୍ଡପଡ଼ା ଅଞ୍ଚଳରେ କାର୍ଯ୍ୟରତ ଗଣମାଧ୍ୟମର ପ୍ରତିନିଧିମାନେ ବିଧାୟକଙ୍କୁ ବିଭିନ୍ନ ସମୟରେ ଫୋନ କରୁଥିଲେ ହେଁ ବିଧାୟକ  ଫୋନ ଉଠାଉନଥିବା କିମ୍ବା ଫୋନ କଲ ବ୍ୟାକ କରୁନଥିବା ପ୍ରସଙ୍ଗକୁ ନେଇ ଗଣମାଧ୍ୟମର ପ୍ରତିନିଧିମାନେ ଉଦବେଗ ପ୍ରକାଶ କରିଥିଲେ।ଶିବିରରେ ଅନ୍ୟମାନଙ୍କ ମଧ୍ଯରେ ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ,ତହସିଲଦାର ବିଶ୍ବବିଶୃତ ତ୍ରିପାଠୀ, ଏବିଡିଓ ଝାଡେଶ୍ବର ଦାସ ,ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ଯ ଚିକିତ୍ସାଧିକାରୀ ଅଭିଷାର ପଣ୍ଡା, କୃଷି ବିଭାଗ ଅଧିକାରୀ ଭବାନୀଶଙ୍କର ମିଶ୍ର,ବ୍ଲକ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଅନିତ କୁମାର ବଡସେଟ୍ଟ , କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଅଶ୍ବିନୀ କୁମାର ଶାନ୍ତଙ୍କ ସମେତ ପୂର୍ତ୍ତବିଭାଗ,ଗ୍ରାମ୍ଯ ଉନ୍ନୟନ ବିଭାଗ ଓ ଜଳସେଚନ ବିଭାଗର ଅଧିକାରୀମାନେ ଶିବିରରେ ଉପସ୍ଥିତ ଥିଲେ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS