BREAKING
Loading...
:

ବ୍ଳକ ଅଧ୍ୟକ୍ଷାଙ୍କ ପଞ୍ଚାୟତରେ ନାହି ୫-ଜି ନେଟଓ୍ବାର୍କ

 ବ୍ଳକ ଅଧ୍ୟକ୍ଷାଙ୍କ ପଞ୍ଚାୟତରେ ନାହି ୫-ଜି ନେଟଓ୍ବାର୍କ 

 (ମଣିଭଦ୍ରା ବ୍ୟୁରୋ ) ଗଣିଆ ବ୍ଳକ ଅଧ୍ୟକ୍ଷା ଝୁନା ଜେନାଙ୍କ ପଞ୍ଚାୟତ ଆଡକଟାରେ ନାହିଁ ୫-ଜି ନେଟଓ୍ବାର୍କ । ଯାହା ଫଳରେ ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଡକଟାରେ ବନମାଳୀ ବାରିକି ମହାବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଉଦ୍ୟାନ ବିଭାଗ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଆଇଟିଆଇ କଲେଜ ଠାରୁ ଆରମ୍ଭ କରି ଅନେକ ବିଦ୍ୟାଳୟ ଏବଂ ସରକାରୀ ଅଫିସ୍ ରହିଛି । ତେବେ ସେହି ଅଫିସ ଗୁଡିକରେ ୫-ଜି ନେଟଓ୍ବାର୍କ ନଥିବାରୁ ଅନଲାଇନ୍ କାର୍ଯ୍ୟରେ ବାଧା ଉପୁଜୁଛି । ବିଶେଷକରି ଏବେ କଲେଜ ଗୁଡ଼ିକରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା, ଆଡ଼ମିଶନ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ନେଟଓ୍ବାର୍କ ସମସ୍ୟା ଦେଖା ଦେଉଛି । ଛାତ୍ର ଛାତ୍ରୀ ମାନେ ଘଣ୍ଟା ଘଣ୍ଟା ଧରି ସହଜ ଜନସେବା କେନ୍ଦ୍ର ସମ୍ମୁଖରେ ଅପେକ୍ଷାକରି ରହୁଛନ୍ତି । ବ୍ଳକ ଅଧ୍ୟକ୍ଷା ମଧ୍ୟ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ  ବି କିଛି ଫରକ ପଡୁନାହିଁ । ତେବେ ତୁରନ୍ତ ଆଡକଟାରେ ୫-ଜି ନେଟଓ୍ବାର୍କ ସ୍ଥାପନ କରିବାକୁ ବନମାଳୀ ବାରିକି ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡା,ବ୍ଳକ ଅଧ୍ୟକ୍ଷା ଝୁନା ଜେନାଙ୍କ ସମେତ  ବୁଦ୍ଧିଜୀବୀ ଜନସାଧାରଣ ଦାବି କରିଛନ୍ତି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS