ଠକିଦେଲେ ଲୋକଙ୍କ ସରକାର,ପ୍ରତିଶୃତିକୁ ୪ ମାସ ବିତିଲା, ଗଣିଆ - ବଡମୂଳ ରାସ୍ତା ଯଥା ପୂର୍ବ° ତଥା ପର°
ଗଣିଆ (ମଣିଭଦ୍ରା ଖବର) ଗଣିଆ - ବଡମୂଳ ରାସ୍ତା ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡୁଛି । ଗାଡି ମୋଟର ନେଇ ଯିବା ଦୂରର କଥା ପାଦରେ ଚାଲି କରି ଯିବା ସମ୍ଭବ ନୁହେଁ । ଏନେଇ ବାରମ୍ବାର ଗ୍ରାମବାସୀଙ୍କ ତରଫରୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ରାସ୍ତା ଅବସ୍ଥା ଯଥା ପୂର୍ବ° ତଥା ପର° ହୋଇ ପଡ଼ିରହିଛି । ଠିକାଦାରଙ୍କ ପାଖରେ ବନ୍ଧା ପଡିଛନ୍ତି ଲୋକଙ୍କ ସରକାର ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଗତ ଫେବୃୟାରୀ ମାସ ୩ ତାରିଖରେ ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବ୍ଳକ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ୪ ତାରିଖ ଦିନ ପ୍ରଶାସନିକ ଅଧିକାରୀ କିଛି ରାଜନେତା ପହଞ୍ଚି ବୁଝାସୁଝା କରି ଆସନ୍ତା ଏପ୍ରିଲ ମାସ ୩୦ ତାରିଖ ସୁଦ୍ଧା ରାସ୍ତା ନିର୍ମାଣ ସଂପୂର୍ଣ୍ଣ ହେବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଦୁଃଖର ବିଷୟ ପ୍ରତିଶୃତିକୁ ବିତିଗଲା ୪ ମାସ ତଥାପି ଲୋକଙ୍କ ସରକାରଙ୍କ ନିଦ ଭାଙ୍ଗିଲାନି । ବଡ଼ ବଡ଼ କଥା କହି ଲୋକ ମାନଙ୍କୁ ଏକପ୍ରକାର ଭକୁଆ ବନାଉଥିବା ଆଲୋଚନା ହେଉଛି । ଏ ନେଇ ଆସନ୍ତାକାଲି ଅର୍ଥାତ୍ ୯ ତାରିଖ ସୋମବାର ଠାରୁ ପୁନର୍ବାର ବ୍ଳକ ସମ୍ମୁଖରେ ଧାରଣାରେ ବସି ରହିବେ ବୋଲି ଛାମୁଣ୍ଡିଆ ବିକାଶ ମଞ୍ଚର ସଭାପତି ଜୟଦେବ ସାହୁ ସୂଚନା ପ୍ରଦାନ କରିଛନ୍ତି । ଏ ନେଇ ଲିଖିତ ଭାବେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କନ୍ଧମାଳ ସାଂସଦ, ବିଧାୟକ, ତହସିଲଦାର, ଥାନା ଅଧିକାରୀ,ବ୍ଳକ ଅଧ୍ୟକ୍ଷା ତଥା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଇଛନ୍ତି
ମଣିଭଦ୍ରା ଖବର
إرسال تعليق