BREAKING
Loading...
:

ରାଜାଙ୍କ ପ୍ରତିନିଧିଙ୍କୁ ବରଣି

 ରାଜାଙ୍କ ପ୍ରତିନିଧିଙ୍କୁ ବରଣି

ଗଣିଆ (ମଣିଭଦ୍ରା ଖବର) ଚଳିତ ବର୍ଷ ରଥଯାତ୍ରା ଅବସରରେ ଗଣିଆ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ରଥଯାତ୍ରାରେ ରାଜାଙ୍କର ପ୍ରତିନିଧି ଭାବେ ଛେରାପହଁରା କରୁଥିବା ଗଣିଆ ଶାସନ ସମାଜର ସଭାପତି  ଗୁରୁଚରଣ ଦାଶଙ୍କୁ ତାଙ୍କ ବାସଭବନରେ ବରଣି କରାଯାଇଥିଲା । ମହାପ୍ରଭୁଙ୍କ ଆଜ୍ଞାମାଳ,ପାଟପତନି ଏବଂ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା । ପରିଚାଳନା କମିଟିର ସମ୍ପାଦକ ସୁନିଲ କୁମାର ସାହୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆସନ୍ତାକାଲି ନେତ୍ରୋତ୍ସବ ଥିବାରୁ ମନ୍ଦିରରେ ପ୍ରଥମେ ରାଜାଙ୍କ ପ୍ରତିନିଧି ପହଞ୍ଚି ପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରିବାକୁ ନିବେଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭରତ ଚନ୍ଦ୍ର ସାହୁ,ବ୍ରଜ କିଶୋର ସାହୁ,ଉଦ୍ୟନାଥ ସାହୁ, ପ୍ରକାଶ କୁମାର ସାହୁ, ସୁନିଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS