BREAKING
Loading...
:

ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ନଭେମ୍ବର ୩ ତାରିଖରେ ଜିଲ୍ଲା ସ୍ତରୀୟ ବୈଠକ ପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

 ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ନଭେମ୍ବର ୩ ତାରିଖରେ ଜିଲ୍ଲା ସ୍ତରୀୟ ବୈଠକ ପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ 

ଗଣିଆ (ମଣିଭଦ୍ରା ଖବର) ନଭେମ୍ବର ମାସ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ସତ୍ୟ, ଶାନ୍ତି ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଗଣିଆ ବ୍ଳକର ମଣିଭଦ୍ରା ଠାରେ ଥିବା ମା କଳାପାଟ ଠାକୁରାଣୀଙ୍କ ବିଜେସ୍ଥଳୀଠାରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲା ସ୍ତରରେ ଏକ ପ୍ରସ୍ତୁତି ବୈଠକ ଆସନ୍ତା ନଭେମ୍ବର ୩ତାରିଖରେ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ହେବା ପାଇଁ ସ୍ଥିରୀକୃତ ହୋଇଛି । ଏ ନେଇ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ତରଫରୁ ଚିଠି ସଂଖ୍ୟା ୨୯୯ ଜରିଆରେ ଆରକ୍ଷୀ ଅଧିକ୍ଷକ, ତହସିଲଦାର ଗଣିଆ, ବିଡ଼ିଓ ଗଣିଆ, ଥାନା ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ,ଅଗ୍ନିଶମ ଅଧିକାରୀ, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ, ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ,ପରିବହନ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ, ବନବିଭାଗକୁ ଅବଗତ କରାଯାଇଛି । ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ଆନୁସଙ୍ଗିକ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେବାକୁ ଉପଜିଲ୍ଲାପାଳ ଅନୁରୋଧ କରିଛନ୍ତି । 




ମଣିଭଦ୍ରା ଖବର, 

Post a Comment

أحدث أقدم
Header ADS