BREAKING
Loading...
:

ଓଁ ଶ୍ରୀ ଶ୍ରୀ ବାବା କପିଳେଶ୍ୱର ନାଟ୍ୟ ସଂସଦର ବାର୍ଷିକ ଉତ୍ସବ ଓ ନାଟକ ପରିବେଷଣ

 ଓଁ ଶ୍ରୀ ଶ୍ରୀ ବାବା କପିଳେଶ୍ୱର ନାଟ୍ୟ ସଂସଦର ବାର୍ଷିକ ଉତ୍ସବ ଓ ନାଟକ ପରିବେଷଣ 

ବାଙ୍କୀ (ମାନସ ରଞ୍ଜନ ସାହୁ) ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମର ଓମ୍ ଶ୍ରୀ ଶ୍ରୀ ବାବା କପିଳେଶ୍ୱର ନାଟ୍ୟ ସଂସଦର ୧୦ମ ବାର୍ଷିକ ଉତ୍ସବ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ ନାଟକ ପରିବେଷଣ ସ୍ଥାନୀୟ ରଜମହୋତ୍ସବ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅନୁଷ୍ଠାନର ସଂପାଦକ ବିଶ୍ୱରଞ୍ଜନ ସ୍ୱାଇଁ ସଭାପତିତ୍ୱ କରିଥିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ପ୍ରଭୁ କପିଳେଶ୍ୱରଙ୍କ ନାମରେ ନାମିତ ଏହି ନାଟ୍ୟ ସଂସଦ ଭାଇଚାରାର ସଂପର୍କ ସୃଷ୍ଟି କରିବା ସହିତ ଗ୍ରାମର ଯୁବକଯୁବତୀମାନେ ଏକାଠୀ ହୋଇ ଗ୍ରାମର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ସମାଜସେବୀ ଅବିନାଶ ପଟ୍ଟନାୟକ ଯୋଗଦାନ କରି ଏହି ଅନୁଷ୍ଠାନ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରୁଥିବାରୁ ସେମାନଙ୍କୁ ବଧେଇ ଜଣେଇଥିଲେ । ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଓ ସ୍ଥାନୀୟ ସମିତି ସଭ୍ୟଙ୍କ ପ୍ରତିନିଧି ରାଜକିଶୋର ମହାନ୍ତି ଯୋଗଦାନ କରି ତାଳବସ୍ତ ଗ୍ରାମର ଐତିହ୍ୟ ଓ ଏହି ଗ୍ରାମର ଦେବାଦେବୀ ମନ୍ଦିରଙ୍କ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିତ ଭାବରେ ଯୁବସମାଜସେବୀ ଅକ୍ଷୟ କୁମାର ସାମଲ, କବି ଲଲାଟେନ୍ଦୁ ପଣ୍ଡା, ରତ୍ନାକର ପ୍ରଧାନ, ମାନସ କୁମାର ବେହେରା, ସୁବ୍ରତ କୁମାର ନାୟକ ପ୍ରମୁଖ ଯୋଗଦାନ କରି ଯୁବସମାଜଙ୍କୁ ଏକାଠି କାର୍ଯ୍ୟକରିବାକୁ ଏହି ସଂସ୍ଥା ପ୍ରୟାସ କରୁଛି ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ମାନସ କୁମାର ବେହେରା, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପ୍ରଫୁଲ୍ଲ କୁମାର ସାମଲ, ଦିବ୍ୟଜ୍ୟୋତି ପ୍ରସାଦ, ସୁରେଶ ଚନ୍ଦ୍ର ଦେବତା, ଲିଟନ୍ କୁମାର ପାଲ୍‌, ସିଲୁ ବେହେରା ଓ ଏକାଦଶୀ ବାରିକଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଦିତ କରାଯାଇଥିଲା । ପ୍ରିତିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସୁରେଶ ଦେବତାଙ୍କ ନିର୍ଦ୍ଦେଶିତ ନାଟକ “ଜନମ ନେଇଛି କାନ୍ଦିବା ପାଇଁ ” ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦେବରାଜ ବେହେରା, ବିଜୟ ମହାନ୍ତି , ସୁଦାମ ପ୍ରଧାନ , ସଂଗ୍ରାମ ରାଜ ପ୍ରମୁଖ ପରିଚାଳନା କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS