BREAKING
Loading...
:

ବାବା ଅମରେଶ୍ୱର ନାମରେ ଚାପୁଡ଼ା ମାରିଲେ ଭଲ ହୁଏ ବଡ଼ ବଡ଼ ରୋଗ । ଚର୍ଚ୍ଚାର ରାଜୁ ଦାଶ ଓରଫ ରାଜୁ ବାବା ।

 ବାବା ଅମରେଶ୍ୱର ନାମରେ ଚାପୁଡ଼ା ମାରିଲେ ଭଲ ହୁଏ ବଡ଼ ବଡ଼ ରୋଗ । ଚର୍ଚ୍ଚାର ରାଜୁ ଦାଶ ଓରଫ ରାଜୁ ବାବା ।

ପୁରୀ (ମଣିଭଦ୍ରା ଖବର) ବିଜ୍ଞାନ ଯୁଗରେ ବହୁ ବଡ଼ ବଡ଼ ରୋଗ ମେଡ଼ିକାଲ  ଚିକିତ୍ସାରେ ନିରାଶ ହୋଇଥିବା ବେଳେ ରାଜୁ ବାବା ଚାପୁଡ଼ା ରେ ଭଲ ହୋଇ ଯାଉଥିବା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ  ତୁଳସୀପୁର ପଞ୍ଚାୟତ ବାବା ଅମରେଶ୍ୱର ପୀଠରେ । ଏହି ଠାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପାରାଲିସ ,ଡାଇବେଟିସ ,ଆଣ୍ଠୁ ଗଣ୍ଠି ବିନ୍ଧା ,ସହିତ ଦେହ, ଛାତି ,ବେକ ,ମୁଣ୍ଡ ଯନ୍ତ୍ରଣା  ପ୍ରମୁଖ ରୋଗୀ  ବଡ଼ ବଡ଼ ମେଡ଼ିକାଲ ରୁ ଫେରି ଅମରେଶ୍ୱର ପୀଠରେ ମନ୍ତୁରା ପାଣି  ପିଇ ରାଶି ତେଲ ମାଲିସି କରି ଚାପୁଡ଼ା ଖାଇଲେ କମ ସମୟ ମଧ୍ୟରେ ଭଲ ହେଉଛନ୍ତି ବୋଲି ଆସିଥିବା ରୋଗୀ କହିଥିଲେ ।ବାବା ଅମରେଶ୍ୱର ଙ୍କ ମହିମା ଓ ଆଜ୍ଞାରେ  ବିଭିନ୍ନ ପ୍ରକାର ରୋଗୀ ମେଡ଼ିକାଲ ରୁ ଫେରି ବାବା ଅମରେଶ୍ୱର ଉପରେ ଭରସା ବିଶ୍ୱାସ ରଖି ରୋଗୀ  ଆସିଥାନ୍ତି ।ମୁଁ ବାବା ଅମରେଶ୍ୱର ଙ୍କ ସେବକ ଭାବରେ ସାଧାରଣ ଲୋକ ମାନଙ୍କ ସେବା କରୁଛି ବୋଲି ରାଜୁବାବା କହିଛନ୍ତି ।ରାଜୁ ବାବା ଙ୍କ ଏପରି ଏକ ଚମତ୍କାର ରୋଗୀ ସେବାକୁ ବିଭିନ୍ନ ମହଲରେ ଚର୍ଚ୍ଚା ହେବା ସହ  ଅଚ୍ୟୁତାନନ୍ଦ ଙ୍କ ଭକ୍ତ ବା ଖଣ୍ଡଗିରି ରୁ ଆସିଥିବା ସାଧୁ କହିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS