BREAKING
Loading...
:

ଡ଼ାକବଙ୍ଗଳା ପରିସରରେ ପଞ୍ଜିକୃତ ଗଣମାଧ୍ୟମ ସଂସ୍ଥା "ପ୍ରେସ କ୍ଳବ୍ ଗଣିଆ"ର ବୈଠକ ଅନୁଷ୍ଠିତ

 ଡ଼ାକବଙ୍ଗଳା ପରିସରରେ ପଞ୍ଜିକୃତ ଗଣମାଧ୍ୟମ ସଂସ୍ଥା "ପ୍ରେସ କ୍ଳବ୍ ଗଣିଆ"ର ବୈଠକ ଅନୁଷ୍ଠିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଥିବା ପଞ୍ଜିକୃତ ଗଣମାଧ୍ୟମ ସଂସ୍ଥା ପ୍ରେସ କ୍ଳବ୍ ଗଣିଆର ବୈଠକ ସ୍ଥାନୀୟ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଳବର ସଭାପତି ଦେବୀ ପ୍ରସାଦ ଦାଶଙ୍କ ସଭାପତିତ୍ବରେ ସଂଘର ଆଇନ୍ ପରାମର୍ଶ ଦାତା ତଥା ସାମ୍ବାଦିକ ସୁଦାମ ଚରଣ ପରିଡ଼ା,ସମ୍ପାଦକ ସରୋଜ କୁମାର ଦାଶ, ଉପସଭାପତି ଆନନ୍ଦ ଚନ୍ଦ୍ର ବେହେରା,ସହ ସମ୍ପାଦକ ବ୍ରଜକିଶୋର ସାହୁ, କୋଷାଧ୍ୟକ୍ଷ ବିଜୟଲକ୍ଷ୍ମୀ ରାଉତ,ଚିତ ର°ଜନ ମିଶ୍ର, ଜ୍ଞାନୀ ପ୍ରକାଶ ସେନାପତି, ଅଜିତ କୁମାର ଦାଶ,ରମେଶ ଚନ୍ଦ୍ର ମିଶ୍ର, ବାବୁଲାଲ ମିଶ୍ର,ସୁବ୍ରତ କୁମାର ରାଉତଙ୍କ ସମେତ ୧୨ ଜଣ ସଦସ୍ୟ ଉପସ୍ଥିତ ଥିଲେ । ପଙ୍କଜ କୁମାର ସାହୁ ଏବଂ ପ୍ରତାପ ପରିଡାଙ୍କ ବ୍ୟକ୍ତିଗତ ଅସୁବିଧା ଥିବାରୁ ସେମାନେ ଦୁଇ ଜଣ ଆସିନଥିବା ସଭାପତି ଜଣାଇଥିଲେ । ସଂଘର ଆୟବ୍ୟୟର ହିସାବ ଦେବା ସହିତ ସଂଘ ନାମରେ  ବ୍ୟାଙ୍କ ଆକାଉଣ୍ଟ,ପ୍ୟାନ କାର୍ଡ ଖୋଲାଯାଇଥିବା କୋଷାଧ୍ୟକ୍ଷ ପ୍ରକାଶ କରିଥିଲେ । ସଦସ୍ୟମାନେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ସଂସ୍ଥାରେ ପ୍ରତ୍ୟକ ଦିନ ଖବର ପରିବେଷଣ କରିବାକୁ ସଭାପତି ସମସ୍ତଙ୍କୁ ଅନୁରୋଧ କରିଥିଲେ । ସଂଘ ତରଫରୁ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ସଂଘର ୧୪ ଜଣ ସଦସ୍ୟ ଏକାଠି ରହିବା ସହିତ ଯଦି ସେମାନଙ୍କ ଉପରେ କିଛି ବି ବିପଦ ଆସେ ତେବେ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ରୋକ ଠୋକ କହିଥିଲେ ସଂଘର ଆଇନ୍ ପରାମର୍ଶ ଦାତା ଶ୍ରୀ ପରିଡ଼ା । ଏପରିକି ସଂଘକୁ ଅସମ୍ମାନ କରୁଥିବା ବ୍ୟକ୍ତି ହୁଅନ୍ତୁ ଅଥବା ଅନୁଷ୍ଠାନକୁ କଲମ ଚାଳନା ମାଧ୍ୟମରେ ଜବାବ ଦେବାକୁ ସେ ଆହ୍ବାନ କରିଥିଲେ ।  ସମ୍ପାଦକ ଶ୍ରୀ ଦାଶ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS