ଡ଼ାକବଙ୍ଗଳା ପରିସରରେ ପଞ୍ଜିକୃତ ଗଣମାଧ୍ୟମ ସଂସ୍ଥା "ପ୍ରେସ କ୍ଳବ୍ ଗଣିଆ"ର ବୈଠକ ଅନୁଷ୍ଠିତ
ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଥିବା ପଞ୍ଜିକୃତ ଗଣମାଧ୍ୟମ ସଂସ୍ଥା ପ୍ରେସ କ୍ଳବ୍ ଗଣିଆର ବୈଠକ ସ୍ଥାନୀୟ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଳବର ସଭାପତି ଦେବୀ ପ୍ରସାଦ ଦାଶଙ୍କ ସଭାପତିତ୍ବରେ ସଂଘର ଆଇନ୍ ପରାମର୍ଶ ଦାତା ତଥା ସାମ୍ବାଦିକ ସୁଦାମ ଚରଣ ପରିଡ଼ା,ସମ୍ପାଦକ ସରୋଜ କୁମାର ଦାଶ, ଉପସଭାପତି ଆନନ୍ଦ ଚନ୍ଦ୍ର ବେହେରା,ସହ ସମ୍ପାଦକ ବ୍ରଜକିଶୋର ସାହୁ, କୋଷାଧ୍ୟକ୍ଷ ବିଜୟଲକ୍ଷ୍ମୀ ରାଉତ,ଚିତ ର°ଜନ ମିଶ୍ର, ଜ୍ଞାନୀ ପ୍ରକାଶ ସେନାପତି, ଅଜିତ କୁମାର ଦାଶ,ରମେଶ ଚନ୍ଦ୍ର ମିଶ୍ର, ବାବୁଲାଲ ମିଶ୍ର,ସୁବ୍ରତ କୁମାର ରାଉତଙ୍କ ସମେତ ୧୨ ଜଣ ସଦସ୍ୟ ଉପସ୍ଥିତ ଥିଲେ । ପଙ୍କଜ କୁମାର ସାହୁ ଏବଂ ପ୍ରତାପ ପରିଡାଙ୍କ ବ୍ୟକ୍ତିଗତ ଅସୁବିଧା ଥିବାରୁ ସେମାନେ ଦୁଇ ଜଣ ଆସିନଥିବା ସଭାପତି ଜଣାଇଥିଲେ । ସଂଘର ଆୟବ୍ୟୟର ହିସାବ ଦେବା ସହିତ ସଂଘ ନାମରେ ବ୍ୟାଙ୍କ ଆକାଉଣ୍ଟ,ପ୍ୟାନ କାର୍ଡ ଖୋଲାଯାଇଥିବା କୋଷାଧ୍ୟକ୍ଷ ପ୍ରକାଶ କରିଥିଲେ । ସଦସ୍ୟମାନେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ସଂସ୍ଥାରେ ପ୍ରତ୍ୟକ ଦିନ ଖବର ପରିବେଷଣ କରିବାକୁ ସଭାପତି ସମସ୍ତଙ୍କୁ ଅନୁରୋଧ କରିଥିଲେ । ସଂଘ ତରଫରୁ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ସଂଘର ୧୪ ଜଣ ସଦସ୍ୟ ଏକାଠି ରହିବା ସହିତ ଯଦି ସେମାନଙ୍କ ଉପରେ କିଛି ବି ବିପଦ ଆସେ ତେବେ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ରୋକ ଠୋକ କହିଥିଲେ ସଂଘର ଆଇନ୍ ପରାମର୍ଶ ଦାତା ଶ୍ରୀ ପରିଡ଼ା । ଏପରିକି ସଂଘକୁ ଅସମ୍ମାନ କରୁଥିବା ବ୍ୟକ୍ତି ହୁଅନ୍ତୁ ଅଥବା ଅନୁଷ୍ଠାନକୁ କଲମ ଚାଳନା ମାଧ୍ୟମରେ ଜବାବ ଦେବାକୁ ସେ ଆହ୍ବାନ କରିଥିଲେ । ସମ୍ପାଦକ ଶ୍ରୀ ଦାଶ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ
إرسال تعليق