BREAKING
Loading...
:

ଆରସି ହାଇସ୍କୁଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

 ଆରସି ହାଇସ୍କୁଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ


ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ମଧୁବନ ମିନି ଷ୍ଟାଡିୟମ ପ ଭସରିସରରେ ଆରସି ହାଇସ୍କୁଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଖଣ୍ଡପଡ଼ା ଟେନଷ୍ଟାର କ୍ଲବ ପକ୍ଷରୁ ଆୟୋଜିତ ଉଦଘାଟନୀ ମ୍ୟାଚର ପ୍ରଥମ ଲିଗରେ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ୨୦୨୨ ଓ ୨୦୨୫ ମାଟ୍ରିକ ବ୍ୟାଚ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ୍ ଜିତି ୨୦୨୫ ମାଟ୍ରିକ ବ୍ୟାଚର ଖେଳାଳି ମାନେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ଗୋଟି ୱିକେଟ ହରାଇ ୧୧୨ ରନ୍ ସଂଗ୍ରହ କରିଥିଲେ। ଜବାବରେ ୨୦୨୨ ମାଟ୍ରିକ ବ୍ୟାଚର ଖେଳାଳିମାନେ ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୫୧ ରନ ସଂଗ୍ରହ କରିଥିଲେ। ସେହିପରି  ଦ୍ୱିତୀୟ ଲିଗ ମ୍ୟାଚ ୨୦୧୫ ମାଟ୍ରିକ ବ୍ୟାଚ ଓ ୨୦୧୮ ମାଟ୍ରିକ ବ୍ୟାଚ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ୍ ଜିତି ୨୦୧୮ ମାଟ୍ରିକ ବ୍ୟାଚର ଖେଳାଳି ମାନେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ଗୋଟି ୱିକେଟ ହରାଇ ୯୨ ରନ୍ ସଂଗ୍ରହ କରିଥିଲେ। ଜବାବରେ ୨୦୧୫ ମାଟ୍ରିକ ବ୍ୟାଚର ଖେଳାଳି ମାନେ ନିର୍ଦ୍ଧାରିତ ୧୦ ଓଭରରେ ୪ ଗୋଟି ୱିକେଟ ହରାଇ ୯୩ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ସେହିପରି ଅପରାହ୍ନରେ ଆୟୋଜିତ ତୃତୀୟ ଲିଗ ମ୍ୟାଚରେ ୨୦୨୧ ମାଟ୍ରିକ ବ୍ୟାଚ ଏବଂ ୨୦୨୩ ମାଟ୍ରିକ ବ୍ୟାଚ ପରସ୍ପରକୁ ଭେଟିଥିଲେ। ପ୍ରଥମେ ଟସ୍ ଜିତି ୨୦୨୩ ମାଟ୍ରିକ ବ୍ୟାଚର ଖେଳାଳିମାନେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୪ ଗୋଟି ୱିକେଟ ହରାଇ ୮୨ ରନ୍ ସଂଗ୍ରହ କରିଥିଲେ। ଜବାବରେ ୨୦୨୧ ମାଟ୍ରିକ ବ୍ୟାଚର ଖେଳାଳି ମାନେ ନିର୍ଦ୍ଧାରିତ ୧୦ ଓଭରରେ ୮ ଗୋଟି ୱିକେଟ ହରାଇ ୫୭ ରନ ସଂଗ୍ରହ କରିଥିଲେ। ମ୍ୟାଚରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ବିଜୟୀ ହୋଇଥିବା ୨୦୨୫ ,୨୦୧୫ ଓ ୨୦୨୩ ବ୍ୟାଚର ଖେଳାଳିମାନଙ୍କୁ ନେଇ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ ଟେନଷ୍ଟାର କ୍ଲବର ସଭାପତି ଭବାନି ମହାନ୍ତିଙ୍କ ଠାରୁ ପ୍ରକାଶ। ଉଦଘାଟନୀ ମ୍ୟାଚରେ ଅତିଥି ଭାବେ ସମାଜସେବୀ ମହେନ୍ଦ୍ର କୁମାର ବାରିକ, ସାମ୍ବାଦିକ ଭବାନି ମହାନ୍ତି ଏବଂ ଯୁବ ବ୍ୟବସାୟୀ ଆଲୋକ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ।

ମଣ

Post a Comment

أحدث أقدم
Header ADS