୪୨ ତମ ଓଷ୍ଟା ଶିଶୁ ଉତ୍ସବ
ଗଣିଆ ୧୭/୧୨(ମଣିଭଦ୍ରା ଖବର) ଗଣିଆ ବ୍ଳକରେ ଥିବା ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କିଶୋର ପ୍ରସାଦ ପରିସରରେ ୪୨ ତମ ଓଷ୍ଟା ଶିଶୁ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା , ସମ୍ମାନିତ ଅତିଥି ଭାବେ ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ସଭାପତି ଅଯୋଧ୍ୟା ନାଥ ନାୟକ, ମୁଖ୍ୟ ବକ୍ତା ରାଜ୍ୟ ସମ୍ପାଦକ ଓଷ୍ଟାର ମାଣିକେଶ୍ବର ସ୍ବାଇଁ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
ବିନାୟକ ପରିଡ଼ା,ସଂଯୋଜକ ପ୍ରଧାନଶିକ୍ଷକ ଜଗଦୀଶ ଚନ୍ଦ୍ର ମିଶ୍ର,ଗଣିଆ ବ୍ଲକର ଓଷ୍ଟାର ସଭାପତି ଅରବିନ୍ଦ ମହାଳିକ, ସମ୍ପାଦକ ଗୋଲେଖ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶିଶୁ ମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ କରିବାକୁ ଶିଶୁ ମହୋତ୍ସବ ଆୟୋଜନ କରାଯାଉଥିବା ବେଳେ ଛାତ୍ରଛାତ୍ରୀ ମାନେ ଏଥିରେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିବାରୁ ଅତିଥି ମାନେ ଖୁସିବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ତର୍କ,କଣ୍ଠ ସଙ୍ଗୀତ, ଚିତ୍ରାଙ୍କନ,କବିତା ଆବୃତ୍ତି,ଗଳ୍ପ ଲିଖନ,ଏକକ ଅଭିନୟ, ନୃତ୍ୟ,କୁଇଜ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ , ସରକାରୀ ଅନୁଦାନପ୍ରାପ୍ତ, ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ଉଚ୍ଚବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବ୍ଳକ ସ୍ତରରେ ବିଭିନ୍ନ ବିଭାଗରେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରରେ ଭାଗ ନେବେ ବୋଲି ସମ୍ପାଦକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଯୁଗ୍ମ ସମ୍ପାଦକ ନବକିଶୋର ମହାରଣା,ଯୁଗ୍ମ ସମ୍ପାଦିକା ସଶ୍ମିତା ମଣ୍ଡଳ, ଶିକ୍ଷୟତ୍ରୀ ମିନତୀ ନାୟକ,ଜୟଶ୍ରୀ ମିଶ୍ର, ଆଶିଷ କୁମାର ନାୟକ,ସ୍ବରୂପ ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ ।



إرسال تعليق