ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର
ଖଣ୍ଡପଡା (ମଣିଭଦ୍ରା ଖବର) ଖଣ୍ଡପଡା ବ୍ଲକ ଅଧୀନ କୁମ୍ଭାରପଡା ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବସ୍ଥିତ ବିଦ୍ୟୁତ ଟ୍ରାନ୍ସଫର୍ମରଟି ଦିର୍ଘ ବର୍ଷ ଧରି ଖୋଲାମେଲାରେ କାର୍ଯ୍ଯ କରୁଥିବା ବେଳେ ଉକ୍ତ ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ଅନାବନା ଗଛଲତା ମାଡି ଯାଇଥିବା ନଜରକୁ ଆସୁଛି।ଯାହାକି ଗ୍ରାମବାସୀଙ୍କ ପାଇଁ ବିପଦର କାରଣ ପାଲଟିଛି।ଦୈନିକ ସେହି ରାସ୍ତା ଦେଇ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ନିକଟସ୍ଥ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଥିବା ବେଳେ ବିଦ୍ୟୁତ ଟ୍ରାନ୍ସଫର୍ମରଟି ଅଞ୍ଚଳବାସୀଙ୍କ ପାଇଁ ବିପଦର କାରଣ ପାଲଟିଛି।ଉକ୍ତ ଟ୍ରାନ୍ସଫର୍ମର ଚତୁଃପାର୍ଶ୍ଵରେ ତୁରନ୍ତ ସୁରକ୍ଷା ବାଡ ନିର୍ମାଣ ସହ ଟ୍ରାନ୍ସଫର୍ମର ଉପରକୁ ମାଡି ଯାଇଥିବା ଅନାବନା ଗଛଲତାକୁ ସେଠାରୁ ହଟାଇଦେବା ନିମନ୍ତେ ବିଦ୍ୟୁତ ବିତରଣ କମ୍ପାନୀ କର୍ତ୍ତୃପକ୍ଷ (ଟିପିସିଓଡିଏଲ) ଦୃଷ୍ଟି ଦେବାକୁ କୁମ୍ଭାରପଡା ଗ୍ରାମବାସୀ ଦାବି କରିଛନ୍ତି।ନଚେତ ନିକଟ ଭବିଷ୍ୟତରେ ଯଦି କିଛି ଅଘଟଣ ଘଟେ ସେଥିପାଇଁ ବିଦ୍ୟୁତ ବିତରଣ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏଥିପ୍ରତି ପ୍ରଶାସନ ଓ
ବିଦ୍ୟୁତ୍ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ସ୍ଥାନୀୟ ବାସିନ୍ଦା ଏ ସଂପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ମିଳିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق