ଆମରଣ ଅନଶନରେ ବସିଲେ ୪ ଜଣ,ଅନଶନସ୍ଥଳରେ ପହଞ୍ଚିଲେ ସ୍ବାସ୍ଥ୍ୟ ଅଧିକାରୀ
ଗଣିଆ (ମଣିଭଦ୍ରା ଖବର) ଗଣିଆ - ବଡମୂଳ ରାସ୍ତା ନିର୍ମାଣ ଦାବିରେ ଛାମୁଣ୍ଡିଆ ଗ୍ରାମବାସୀଙ୍କ ଧାରଣା ତୃତୀୟ ଦିନରେ ପହଞ୍ଚିଛି । ଅନଶନ ଏବଂ ଗଣଧାରଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କର ଦେଖା ମିଳୁନି । ଫଳରେ ଆଜିଠାରୁ ୪ ଜଣ ଆମରଣ ଅନଶନରେ ବସିଥିବା ଜଣାପଡିଛି । ଆମରଣ ଅନଶନରେ ବସିଥିବା ବ୍ୟକ୍ତିମାନେ ହେଲେ ରାଇଗାଡିଆର ବଳଭଦ୍ର ଧଳ ଏବଂ ଲୋଚନ ନାୟକ, ବେଣ୍ଟପଡାର ପ୍ରଫୁଲ୍ଲ କୁମାର ନାୟକ ଏବଂ ବିନୋଦ ଧଳ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଅନଶନ ଜାରି ରଖିବେ ବୋଲି ଛାମୁଣ୍ଡିଆ ବିକାଶ ମଞ୍ଚର ସଭାପତି ଜୟଦେବ ସାହୁ ସୂଚନା ପ୍ରଦାନ କରିଛନ୍ତି । ତେବେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ପଚାରିବା ସହିତ ଆବଶ୍ୟକୀୟ ଔଷଧ ପ୍ରଦାନ କରିଛନ୍ତି ।
ଢୁ ଢୁ ବର୍ଷାରେ ଟେଣ୍ଟ ଭିତରେ ପାଣି ପଶି ଯାଇଥିଲେ ମଧ୍ୟ ଅନଶନକାରୀ ସେହି ଓଦାପାଲରେ ବସି ରହିଛନ୍ତି । ପାଣି ପଶି ଧାରଣାସ୍ଥଳ ସଂପୂର୍ଣ୍ଣ କାଦୁଅ ପଚପଚ ହୋଇଯାଇଛି । ତେବେ ସବୁଠାରୁ ଦୁଃଖ ଏବଂ ପରିତାପର ବିଷୟ ଲୋକଙ୍କ ସରକାର କହି ପ୍ରଥମ ବର୍ଷର ସଫଳତାର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କୁ କ'ଣ ଏ ସମସ୍ୟା ଦେଖାଯାଉନାହିଁ ନା ୩ ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଅନଶନ ସମ୍ପର୍କିତ ପ୍ରକାଶିତ ଖବର ବିଷୟରେ ଜାଣିନାହାନ୍ତି ନା ସବୁ ଜାଣିଶୁଣି ନଜାଣିବାର ଅଭିନୟ କରୁଛନ୍ତି ସାଧାରଣରେ ଆଲୋଚନା ହେଉଛି ।
ମଣିଭଦ୍ରା ଖବର, ଗଣିଆ
Post a Comment