ଛାମୁଣ୍ଡିଆର ସାମାଜିକ କର୍ମୀଙ୍କ ପରଲୋକ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ଛାମୁଣ୍ଡିଆର ସାମାଜିକ କର୍ମୀ ବିଜୟ କୁମାର ସାହୁଙ୍କ ବିୟୋଗ ଘଟିଥିବା ଜଣାପଡିଛି । ଶ୍ରୀ ସାହୁ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ମରଶରୀର ନିଜ ଗ୍ରାମ ଛାମୁଣ୍ଡିଆରେ ପହଞ୍ଚିବା ପରେ ଗ୍ରାମ ମଶାଣିରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ତାଙ୍କର ଏକମାତ୍ର ପୁତ୍ର ବିଶ୍ବ କେତନ ସାହୁ ମୁଖାଗ୍ନି ଦେଇଥିଲେ । ସେ ବିଜେପିର ଗଣିଆ ମଣ୍ଡଳ ସଭାପତି ଭାବେ କାର୍ଯ୍ୟ କରିଥିଲେ । ସେ ଗଣିଆରେ ଥିବା ମହାନଦୀ ପବ୍ଲିକ ସ୍କୁଲ ତଥା ଅୟନ ଫାଉଣ୍ଡେସନର ମୁଖ୍ୟ ଟ୍ରଷ୍ଟି ପଙ୍କଜ କୁମାର ସାହୁଙ୍କ ଦାଦା । ଜଣେ ସ୍ପଷ୍ଟବାଦୀ, ପରୋପକାରୀ ମଣିଷ ଭାବେ ବେଶ୍ ଜଣାଶୁଣା ଥିଲେ । ସାଧାରଣ ଲୋକଙ୍କ ପାଇଁ ସେ ସବୁବେଳେ କାର୍ଯ୍ୟ କରୁଥିଲେ । ଜଣେ ସମାଜ ସଂସ୍କାରକ ଭାବେ ନିଜ ଅଞ୍ଚଳର ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ମଣିଭଦ୍ରା ଖବର, ଗଣିଆ
Post a Comment