BREAKING
Loading...
:

ଜିଲ୍ଲାର ଚଳିତ ମାଟ୍ରିକ ପରୀକ୍ଷାର ୪୪ କୃତୀ ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ ।।

 ।। ଜିଲ୍ଲାର  ଚଳିତ ମାଟ୍ରିକ ପରୀକ୍ଷାର ୪୪ କୃତୀ ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ ।।


ନୟାଗଡ (ମଣିଭଦ୍ରା ଖବର) ନୟାଗଡ଼ ସୃଜନ ଗୃହରେ ନୟାଗଡ଼ ଜିଲ୍ଲାର ୪୪ ଏ ୱାନ କୃତୀ ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ,ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲଗ୍ନଜିତ୍ ରାଉତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବନଲତା ବେହେରା, ମଞ୍ଚାସୀନ ରହି ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।। ଏହି କାର୍ଯ୍ୟକ୍ରମରେ  ଚଳିତ ମାଟ୍ରିକ ପରୀକ୍ଷାରେ  ଶତକଡ଼ା ନବେ ପ୍ରତିଶତରୁ ଅଧିକ ପର୍ସେଣ୍ଟେଜ ରଖିଥିବା ଶିକ୍ଷାର୍ଥମାନଙ୍କୁ ଜୀବନ ବ୍ୟାପୀ କଠିନ ପରିଶ୍ରମ କରିବା ପାଇଁ ଉପସ୍ଥିତ ଶିକ୍ଷାର୍ଥୀ, ପ୍ରଧାନ ଶିକ୍ଷକ, ଅଭିଭାବକଙ୍କୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ, ଶିକ୍ଷକ ପ୍ରତାପ କୁମାର ପରିଡ଼ା, ଜୁନିୟର ଆସିଷ୍ଟାଣ୍ଟ ଅରବିନ୍ଦ ନାୟକ ଓ ସଞ୍ଜୀବ ମଲ୍ଲିକ ସୁପରିଚଳନା ଓ ସହଯୋଗ କରିଥିଲେ ।।

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS