ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ରେ ଜୟଗୁରୁ ଗ୍ରୁପ୍ ପ୍ରଥମ
ଭାପୁର, ୮/୬ ନୟାଗଡ ଜିଲ୍ଲା ଭାପୁର ବ୍ଲକ ସଦର ମହକୁମା ସ୍ଥିତ ଶ୍ରୀ ରାମ ମନ୍ଦିର ପରିସରର ମହାବୀର କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ଦିନ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭାପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ତୃପ୍ତି ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ସ୍ଥାନୀୟ ବିଧାୟକ ଇଞ୍ଜିନିୟର ଦୁଷ୍ମନ୍ତ କୁମାର ସ୍ବାଇଁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ବିଜୟ ସାମନ୍ତରାୟ ଓ ସୁଶାନ୍ତ କୁମାର ସାହୁ, ସାଂସଦ ଙ୍କ ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ବି.ପି.ସି. ଭାରତୀ ପଟ୍ଟନାୟକ, ବି.ପି.ଏମ୍. ରେଣୁବାଳା ସାହୁ, ବି.ଏଲ୍.ସି. ଅସ୍ମିତା ଜ୍ୟୋତି, ସୁରଜ୍ ପ୍ରଧାନ ଓ ମସିହା କୋଅଁଲ୍ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଫତେଗଡ ହାଇସ୍କୁଲ ର ଖେଳ ଶିକ୍ଷକ ଶଙ୍କର ମଲ୍ଲିକ, ବି.ଡି.ଓ. ସାରଦା ପ୍ରସାଦ ପଣ୍ଡା ଏବଂ ସି.ଡି.ପି.ଓ. ତୃପ୍ତି ମହାପାତ୍ରଏହି ପାରମ୍ପରିକ ଖାଦ୍ୟ ର ବିଚାରକ ତଥା ମାନ ନିର୍ଦ୍ଧାରଣ କରିଥିଲେ । ବ୍ଲକ ର ୨୦ ଗୋଟି ପଞ୍ଚାୟତରୁ ୧୯ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଓଡ଼ିଆଣୀ ଙ୍କ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି କରିଥିଲେ । ପ୍ରତିଯୋଗିତାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ମାଣ୍ଡିଆ ରେ ତିଆରି ଇଡଲି, ଦୋଷା, ପକୋଡା, ଖିରି, ପୋଡ଼ ପିଠା, ଚକୁଳି ପିଠା, ସୁଜି ସାମଗ୍ରୀରେ ତିଆରି କାକରା, ମଣ୍ଡା ପିଠା ଏବଂ ଚାର୍ଟ, ବରା, ଦହି ବରା, ପ୍ରେସର ପିଠା, ଆମ୍ବ ଯାଉ, କଖାରୁ ଫୁଲ ପିଠଉ, ଛତୁ ପିଠଉ, ପୁରୀ, ଘୁଗୁନି ଆଦି ବିଭିନ୍ନ ପାରମ୍ପାରିକ ଓଡ଼ିଆ ଖାଦ୍ୟ ତିଆରି କରିଥିଲେ । ଉପସ୍ଥିତ ଥିବା ଅତିଥି ମାନେ ବିଭିନ୍ନ ଷ୍ଟଲ୍ ବୁଲି ପାରମ୍ପରିକ ଖାଦ୍ୟ ର ମାନ ଓ ସ୍ଵାଦିଷ୍ଟ ନିର୍ଦ୍ଧାରଣ କରିବା ସହିତ ବିଜୟୀ ଗ୍ରୁପ୍ ର ନାଁ ଘୋଷଣା କରିଥିଲେ । ପ୍ରତିଯୋଗିତାରେ ଜୟଗୁରୁ ସ୍ୱୟଂ ସହାୟକ ଗୋଷ୍ଠୀ ,କରବର ପ୍ରଥମ ହୋଇଛନ୍ତି ।
ମଣିଭଦ୍ରା ଖବର, ଭାପୁର
Post a Comment