BREAKING
Loading...
:

ମୋହନା ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ..

 ମୋହନା ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ..



ଜଗପତି(ମନୋଜ କୁମାର  ପାଢୀ/ ୬/୬/୨୦୨୫                        ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତି ଯୋଗିତା ରେ ମୋହନା ବ୍ଲକ ର ୯ ଟି ମହିଳା ସ୍ଵୟଂ ସହାୟକ ଦଳ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ରେ ମୋହନା ବ୍ଲକ ଅନ୍ତର୍ଗତ ମୋହନା ଗ୍ରାମର ସ୍ଵୟଂ ସହାୟକ ଦଳ ବ୍ଲକ ଲେବଲ୍ ଫେଡେରେସନ ମୋହନା, ଦିବ୍ୟଜ୍ୟୋତି ସ୍ଵୟଂ ସହାୟକ ଦଳ କେଶରା, ଜୟ ମାଁ ଅନ୍ନପୂର୍ଣ୍ଣା ମହିଳା ଦଳ ମୋହନା, ଦିପ୍ତିମୟୀ ସ୍ଵୟଂ ସହାୟକ ଦଳ ମୋହନା, ମାଁ ମଙ୍ଗଳା ଶାନ୍ତି ଗ୍ରୁପ ମଳାସପଦର, ମାଁ ସରସ୍ଵତୀ ମହିଳା ଦଳ

ଶିକୁଳିପଦର, ଗ୍ରାମ ଦେବତୀ ମହିଳା ଦଳ ଉଲିଆପଦା, ମୋହନା ଗ୍ରାମର ବ୍ଲକ ସାହି ର ମାଁ ମଙ୍ଗଳା ମହିଳା ଦଳ, ସ୍ଥାନୀୟ କଲେଜ ଛକ ର ମାଁ ମଙ୍ଗଳା ସ୍ଵୟଂ ସହାୟକ ଦଳ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ କେଶରା ଗ୍ରାମ ର ଦିବ୍ୟ ଜ୍ୟୋତି ମହିଳା ଦଳ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ବେଳେ ଦ୍ଵିତୀୟ ସ୍ଥାନ ରଖି ମୋହନା ଗ୍ରାମ ର ବ୍ଲକ ଲେବଲ ଫେଡେରେସନ ଗ୍ରୁପ ପୁରସ୍କୃତ ହୋଇଥିବା ଜଣାପଡିଛି। ଏହି ପ୍ରତିଯୋଗିତା ରେ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ, ଶିଶୁ ବିକାଶ ଅଧିକାରିଣୀ ଙ୍କ ସମେତ ଗଜପତି ଜିଲ୍ଲା ରୁ ମଧୁସ୍ମିତା ପ୍ରଧାନ  ନୋଡାଲ ଅଧିକାରୀ ଭାବେ ଯୋଗଦେଇ ଏହି ବ୍ଲକ ଲେବଲ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତା ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପରିଚାଳନା କରୁଥିବା ଦେଖିବାକୁ ମିଳିଛି।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS