BREAKING
Loading...
:

ମା ଉଗ୍ରତାରାଙ୍କର ଦାନ ହୁଣ୍ଡି ଗଣତି

 ମା ଉଗ୍ରତାରାଙ୍କର ଦାନ ହୁଣ୍ଡୀ ଗଣତି

 ଓଡିଆ ମାନଙ୍କର ଗଣ ପରବ...ରଜ... ଉତ୍ସବ ପୂର୍ବରୁ  ଖୋଲାଗଲା  ଦାନ  ହୁଣ୍ଡୀ..




ନୟାଗଡ଼ (ରୀନା ସାହୁ) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ମୂଳିଝର ଗଡ଼ ସ୍ଥିତ ମା ଉଗ୍ରତାରା ଦେବୀଙ୍କର ପୀଠ ରେ ଥିବା ଦାନ  ହୁଣ୍ଡୀ  ପ୍ରଶାସନ ପକ୍ଷରୁ ଖୋଲା ଯାଇ ଗଣତି କରା ଯାଇଅଛି...ମନ୍ଦିର ପ୍ରଶାସନ ର ମୁଖ୍ୟ ଟାଙ୍ଗୀ ତହସିଲ ଦାର ନିଷ୍ଠା ମହାପାତ୍ର ଙ୍କ ଉପସ୍ଥିତ ରେ ଖୋଲା ଯାଇଥିଲା ଦାନ ହୁଣ୍ଡୀ.... ମା ଉଗ୍ରତାରା ଦେବୀଙ୍କ ଠାରୁ ଅଜ୍ଞାମାଳ ଆସିବା ପରେ ହୁଣ୍ଡୀ ଖୋଲା ଯାଇଥିଲା... ହୁଣ୍ଡୀ ଖୋଲା ଯିବା ପରେ ମନ୍ଦିର ପ୍ରସସନିକ କାର୍ଯ୍ୟାଳୟ ମଧ୍ୟରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା....ହୁଣ୍ଡୀ ଗଣତି କାର୍ଯ୍ୟ ର  ସ୍ଵଛତା ପାଇଁ ସିସି ଟିଭି  ର ମିନିଟରିଂ ମଧ୍ୟରେ ଗଣତି କାର୍ଯ୍ୟ କରାଯାଇଥିଲା... ଏହି କାର୍ଯ୍ୟକ୍ରମ ରେ ମନ୍ଦିର କମିଟି ସଦସ୍ୟ କୁମର ପାତ୍ର.. ସୁବ୍ରତ ସାମନ୍ତରାୟ... ରାଜସ୍ୱ ନିରୀକ୍ଷକ କୈଳାସ ଦଳାଇ... ପୁର୍ଣିମା ହରି ଚନ୍ଦନ... ବ୍ଲକ କର୍ମଚାରୀ ନିତ୍ୟାନନ୍ଦ ବେହେରା.... ଭୂଷଣ୍ଡ ପୁର ଫାଣ୍ଡି ଅଧିକାରୀ  ସବ ଇନ୍ସପେକ୍ଟର ବିଶ୍ୱ ରଂଜନ ଦାଶଙ୍କ ସହ ମହିଳା ସ୍ୱୟଂ ସହାୟକ ଦଳର କର୍ମକର୍ତ୍ତା ମାନେ ଏଥିରେ ସହଯୋଗ କରିଥିଲେ... ଆଜିର ଗଣତି ପରେ ମୋଟ 4 ଲକ୍ଷ  82 ହଜାର 290 ଟଙ୍କା ଆୟ  ହୋଇଥିବା ଜଣା ପଡିଛି.. ଏହା ସହ ଭକ୍ତ ମାନଙ୍କ ଠାରୁ 5 ଟି ରୌପ୍ୟ ମୁଦ୍ରା ମିଳିଥିବା ଜଣା ପଡିଛି.... ଦାନ ହୁଣ୍ଡୀ ରୁ ଆୟ ହୋଇଥିବା ଅର୍ଥ ରାଶି ମନ୍ଦିର କମିଟି ର ଜମାଖାତା ସିଙ୍ଗିପୁର ବ୍ୟାଙ୍କ ଅଫ ଇଣ୍ଡିଆ ଖାତାରେ ଜମା କରାଯିବ ବୋଲି  ତହସିଲ ପ୍ରସାସନ  ସୂଚନା ଦେଇଛି......

ମଣିଭଦ୍ରା ଖବର, ନୟାଗଡ଼ 

Post a Comment

Previous Post Next Post
Header ADS