ବହଳଦା ପଞ୍ଚାୟତ ସମିତିର ସାଧାରଣ ବୈଠକ
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ର ପଞ୍ଚାୟତ ସମିତି ର କାର୍ଯ୍ଯାଳୟ ର ସଭାଗୁହରେ ବହଳଦା ପଞ୍ଚାୟତ ସମିତିର ସାଧାରଣ ବୈଠକ ବ୍ଲକ ଅଧ୍ଯକ୍ଷ ଦୀପାଞ୍ଜଳି ସିଂଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ଯ ଅତିଥି ଭାବେ ବିଡିଓ ସରତ କୁମାର ମଲ୍ଲିକ, ସମ୍ମାନିତ ଅତିଥି ରୂପେ ଉପାଧ୍ଯକ୍ଷ ପୂର୍ଣ୍ଣଚନ୍ଦ୍ର ବସା, ସାଂସଦ ପ୍ରତିନିଧି ମାଧବ ମହାପାତ୍ର, ବିଧାୟକ ପ୍ରତିନିଧି ବିକାଶ ଅଗ୍ରୱାଲ ଓ ୨୫ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ଯା ଭଗବତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ଅତିଥିଗଣ ବିକଶିତ ଗାଁ ବିକଶିତ ଓଡିଶା ୨୦୨୫-୨୬ ରେ ବିଭିନ୍ନ ଉନ୍ନତି ମୂଳକ ଯୋଜନା ବିଷୟରେ ଆଲୋଚନା କରାଯାଇ ତାର ସମାଧାନ ସଂପର୍କରେ ପର୍ଯ୍ଯାଲୋଚନା କରାଯାଇଥିଲା l ଗାଁ କୁ ଆହୁରି କିପରି ସୁନ୍ଦର ଓ ନିର୍ମଳ କରାଯାଇପାରିବ , ସେଥିପ୍ରତି ଧ୍ଯାନ ଦିଆଯାଇଥିଲା l ଗାଁ ରେ ଅମୁତ ସରୋବର ରହିବା ବିଷୟରେ ମଧ୍ଯ ମତପ୍ରକାଶ କରିଥିଲେ l ଆଜି ବିଶ୍ବ ପରିବେଶ ଦିବସ ଅବସରରେ ଏକ ପେଡ ମା କେ ନାମ ବାର୍ତ୍ତା ଦିଆଯାଇଥିଲା ଅର୍ଥାତ୍ ପ୍ରତି ପଞ୍ଚାୟତରେ ବୁକ୍ଷ ଲଗାଇବା ପାଇଁ ପରାମର୍ଶ ଦିଆଯାଇଥିଲା l ଉକ୍ତ ସାଧାରଣ ବୈଠକରେ ବହଳଦା ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ସମିତି ସଭ୍ଯସଭ୍ଯା ତଥା ପିଆରଆଇ ସଦସ୍ଯଗଣ ଯୋଗ ଦେଇଥିଲେ l ଏହି ଭବ୍ଯ କାର୍ଯ୍ଯକ୍ରମକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭମ କୁମାର ଶ୍ରୀ ସଭା ପରିଚାଳନା କରିଥିବା ବେଳେ ଭିଏଲଡ୍ବ୍ଲୁ ତାପସ କୁମାର ବାସାକ୍ ଧନ୍ଯବାଦ ଅର୍ପଣ କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment