BREAKING
Loading...
:

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା,ନକଲି ଡାକ୍ତର ଙ୍କ ଯୋଗୁଁ ରୋଗୀ ଙ୍କ ମୃତ୍ୟ ନେଇ ତୀବ୍ର ଜନଅସନ୍ତୋଷ ।

 ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା,ନକଲି ଡାକ୍ତର ଙ୍କ ଯୋଗୁଁ ରୋଗୀ ଙ୍କ ମୃତ୍ୟ ନେଇ ତୀବ୍ର ଜନଅସନ୍ତୋଷ ।




*ବଲାଙ୍ଗୀର*/*ଟିଟିଲାଗଡ,ତା-୦୬,୬


*ଆଦିବାସୀ ଅଧ୍ୟୁଷିତ* *ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲା  ଯାହାକି କେବିକେ ତାଲିକା ଭୁକ୍ତ ଅଟେ ଏହି ଜିଲ୍ଲା ଗୁଡ଼ି କୁ ଉଭୟ କେନ୍ଦ୍ର ଓ ରାଜ୍ୟ* *ସରକାର ଶିକ୍ଷା ସ୍ୱାସ୍ଥ୍ୟ ଗମନା,ଗମନ କୁ ପ୍ରାଧାନ୍ୟ ଦେଇ କୋଟି, କୋଟି ଟଙ୍କା ବ୍ୟୟ* *ବରାଦ କରାଯାଇଥିବା ବେଳେ ତାହା କେବଳ କାଗଜ, କଲମରେ ସିମୀତ* *ରଖିଥିବା ନେଇ ସାଧାରଣ କୌଣସି ସୁଫଳ ପାଇ ପାରୁ ନ ଥିବା ସର୍ବ ଜନ ବିଦିତ*। *ପ୍ରକାଶ ଯେ, ସ୍ବାସ୍ଥ୍ୟ ସେବା କୁ ଗୁରୁତ୍ବ ଦିଆ ଯାଇ କୋଟି, କୋଟି ଟଙ୍କା ବ୍ୟୟ ବରାଦ କରାଯାଇ* *ଆସୁଥିବା ଓ ସ୍ବାସ୍ଥ୍ୟ ମନ୍ତ୍ରୀ ନିଜ ଜିଲ୍ଲା ର ହୋଇ ସୁଦ୍ଧା ଶାସନ କାଳ ବର୍ଷ ପୁରିଗଲାଣି ସିନା ଜିଲ୍ଲା* *ବାସି ସରକାରୀ ଚିକିତ୍ସା ପାଇ ପାରୁ ନାହାଁନ୍ତି ଏବଂ ଅକାଳ ମୃତ୍ୟୁ ସାର ହୋଇଛି* । *ଏହି ଜିଲ୍ଲା ରେ ସରକାରୀ ସେବା ପାଇ ନ ପାରି ନିରକ୍ଷର ସାଧାରଣ ଗରିବ ଲୋକଙ୍କ ସରଳତା ର ସୁଯୋଗ ନେଇ ନକଲି ଡାକ୍ତର ବା କ୍ୱାକ ର ଶିକାର ହୋଇ ସଠିକ୍ ଚିକିତ୍ସା ନ ପାଇ ଅକାଳ ମୃତ୍ୟୁ ବରଣ କରି ଆସୁଥିବା ଦେଖା ଯାଉଛି* । *ବିଶେଷ ଦ୍ରଷ୍ଟବ୍ୟ ଯେ,ବିଭିନ୍ନ ଗ୍ରାମାଞ୍ଚଳ ତଥା ଅପହଞ୍ଚ ଗ୍ରାମ ଗୁଡ଼ିକ ରେ* *ମନଇଚ୍ଛା ବେଆଇନ୍ ଭାବେ ଛତୁ ଫୁଟିଲା ଭଳି ଖୋଲା* ,*ଖୋଲି ଘରୋଇ ଡାକ୍ତରଖାନା ଭଳି କ୍ଲିନିକ  କରି ବିଭିନ୍ନ ଔଷଧ, ସାଲାଇନ* *ଦୋକାନ ରୁ ଓ ସରକାରୀ ମାଗଣା ରେ ମିଳୁଥିବା ଔଷଧ* , ସାଲାଇନ ଆଦି ଆଣି ସରଳ ଲୋକ ଙ୍କୁ ହରି, ଲୁଟ କରି ଜୀବନ ସହ ଖେଳ ଖେଳୁ ଥିବା ନେଇ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି ।  ପ୍ରକାଶ ଯେ,ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ନିକଟସ୍ତ ଝରିଆଲ୍ ଗ୍ରାମ ରେ ହିମାଳୟ  ପଟେଲ ନାମକ ଜଣେ ବ୍ୟକ୍ତି ଯାହା ନାମରେ ପୂର୍ବରୁ ଅଭିଯୋଗ ହୋଇ ଥିଲା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଦନ୍ତ କରି ଉକ୍ତ ଅଣ ପଞ୍ଜୀକୃତ କ୍ଲିନିକ୍ ବନ୍ଦ କରେଇ ଦେଇଥିଲେ । ଉକ୍ତ କ୍ଲିନିକ୍ ମାତ୍ର ଚାରି ମାସ ବନ୍ଦ କରି ପ୍ରଶାସନିକ ଅଧିକାରୀ ଙ୍କୁ ହାତ କରି ଟଙ୍କା କାରବାର କରି ପୁନଃ ବର୍ଷ ,ବର୍ଷ ଧରି ଏହି ବେଆଇନ୍ କାରବାର ଚଳାଇ ଆସୁଛନ୍ତି । ଏ ନେଇ ଗ୍ରାମବାସୀ ସ୍ଥାନୀୟ ରାଜନେତା ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳି ପାରି ନାହିଁ । କ୍ଲିନିକ୍ ବନ୍ଦ  ପରେ ପୁନଃ ଖୋଲି ଚାରି ବର୍ଷ ଧରି ଗୁରୁତର ରୋଗୀ ଙ୍କୁ ଶୋଷଣ କରି ଆସୁଛନ୍ତି। ଇତି ମଧ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ଟିଟିଲାଗଡ ଗସ୍ତ ରେ ଆସିଥିବା ସତ୍ତ୍ୱେ ଜିଲ୍ଲା ସ୍ବାସ୍ଥ୍ୟ ବ୍ୟବସ୍ଥା ବିଷୟ ରେ କିଛି ନ କହି ଚାଲିଯାଇଥିଲେ । ଏପରିକି ଟିଟିଲାଗଡ ବିଧାୟକ ସ୍ବାଗତ କରି ଜିନ୍ଦାବାଦ ନାରା ଦେଇ ଚାଲିଯିବା ନେଇ ସ୍ଥାନୀୟ ସଚେତନ ନାଗରିକ କମିଟି ତରଫ ରୁ ଦୃଢ଼ ନିନ୍ଦା ସହ ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ କରାଯିବ ବୋଲି ଲିଖିତ ଅଭିଯୋଗ ପତ୍ର ମାନ ଡାକ ଯୋଗେ ପ୍ରେରଣ କରାଯାଇଛି । ସେହିପରି ଏହି ଟିଟିଲାଗଡ ଡାକ୍ତରଖାନା ରେ ଜଣେ ବିଶେଷଜ୍ଞ ଡାକ୍ତର ନ ଥିବା ଓ ବିଜେଡି ସରକାର ପରେ  ଶାସକ ଡବଲ ଇଞ୍ଜିନ ସରକାର କୁ ବର୍ଷ ପୁରି ଯାଇ ସୁଦ୍ଧା କିଛି ସୁଫଳ ମିଳି ନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS