ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ନେଇ ଅସନ୍ତୋଷ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ମେଗା ପାନୀୟ ଜଳ ପ୍ରକଳ୍ପ ଜରିଆରେ ମହାନଦୀ ରୁ ନୟାଗଡ଼ ଜିଲ୍ଲା ବାସିନ୍ଦା ଙ୍କୁ ପାଇପ୍ ଲାଇନ୍ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ଗତ ୩ ବର୍ଷ ରୁ ଉର୍ଦ୍ଧ ସମୟ ଧରି ପାଇପ୍ ଲାଇନ୍ ବିଛା ଇବା କାର୍ଯ୍ୟ ଚାଲୁ ରହିଛି। ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ହାତେଇବା ସଂସ୍ଥା ମୂଖ୍ୟ ରାସ୍ତା ପାର୍ଶ୍ବକୁ ଜେସିବ ମେସିନ୍ ଯୋଗେ ଖୋଳତାଡ଼ କରି ପାଇପ୍ ପକାଇବା କାର୍ଯ୍ୟ ଚାଲୁ ରହିଛି। ତେବେ ରାସ୍ତା ପାର୍ଶ୍ଵ ଖୋଳିବା ବେଳେ ଖଣ୍ଡପଡ଼ା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ବାସଗୃହ କୁ ପାନୀୟ ଜଳ ଯୋଗାଣ ନିମନ୍ତେ ସଂଯୋଗ କରାଯାଇ ଥିବା ପାଇପ୍ ଲାଇନ୍ ଭାଙ୍ଗି ନଷ୍ଟ ହୋଇଯାଉଛି। ଫଳରେ ବାସଗୃହ କୁ ପାନୀୟ ଜଳ ଯୋଗାଣ ରେ ସମସ୍ୟା ହେବା ସହ ପାଇପ୍ ଲାଇନ୍ ଫାଟି ରାସ୍ତା ସାରା ପାଣି ମାଡ଼ୁଛି। ଖଣ୍ଡପଡ଼ା ସହରର ତ୍ରୀନାଥ ଛକଠାରେ ରବିବାର ସକାଳେ ପାଇପ୍ ଲାଇନ୍ ଫାଟି ଯିବାରୁ ସ୍ଥାନୀୟ ବାସିନ୍ଦା ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଦାଇତ୍ୱ ରେ ଥିବା ଠିକା ସଂସ୍ଥା ରମନମନୀ କୁ ନେଇ ଖଣ୍ଡପଡ଼ା ସହରାଞ୍ଚଳ ବାସୀଙ୍କୁ ମଧ୍ୟରେ ଅସନ୍ତୋଷ ପାଇଛି। ଏଥିପ୍ରତି ଜନସ୍ବାସ୍ଥ୍ୟ ବିଭାଗ ଉଚ୍ଚ କତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق