BREAKING
Loading...
:

ସମ୍ବାଦ ସାହିତ୍ୟ ଘର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

 ସମ୍ବାଦ ସାହିତ୍ୟ ଘର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ଦଶପଲ୍ଲା, 1/5 ( ମଣିଭଦ୍ରା ଖବର) ଦଶପଲ୍ଲା ସମ୍ବାଦ ସାହିତ୍ୟ ଘର ର ଏକ  ମାସିକ ବୈଠକ  ସଭାପତି  ସନ୍ତୋଷ କୁମାର ସାହୁ ଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ହୋଇଥିଲା. ପ୍ରଥମେ ଜଗତର ନାଥ ଜଗନାଥ ଙ୍କ ନିକଟରେ ଧୂପ ପୁଷ୍ପ ଅର୍ପଣ କରି ସଭା ଆରମ୍ଭ କରା ଯାଇଥିଲା . ସମ୍ପାଦକ ନାରାୟଣ ସାହୁ ଗତ ବୈଠକର ବିବରଣୀ ପାଠ କରିବା ପରେ ତାହାକୁ ସର୍ବ ସମ୍ମତି କ୍ରମେ ଅନୁମୋଦନ କରା ଯାଇଥିଲା.  ପରେ ପରେ କବିତା ଆସର ଅନୁଷ୍ଠିତ ହୋଇଥିଲା . ଏଥିରେ ଯୁବ କବି ପ୍ରକାଶ ମଣ୍ଡଳ, ଶ୍ରୀନିବାସ ରଣା ଙ୍କ ସମେତ କବି ମାନେ ସେମାନଙ୍କର ସ୍ଵ ରଚିତ କବିତା ପାଠ କରିଥିଲେ. ଚଳିତ ମାସରେ ବାର୍ଷିକ ଉତ୍ସବ କରିବା ପାଇଁ ନିଷ୍ପତି ନିଆ ଯିବା ସହ  ମୁଖ୍ୟ ଅତିଥି ଭାବେ ସମ୍ବାଦ ସାହିତ୍ୟ ଘର ର ସ୍ରଷ୍ଟା ମାନନୀୟ  ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଙ୍କୁ  ଅତିଥି ହେବାକୁ ଅନୁରୋଧ କରିବାକୁ ସମ୍ପାଦକ ଙ୍କୁ ଦାୟିତ୍ୱ ଦିଆ ଗଲା. ଏଥି ସହ  ଇନ୍ଦ୍ରଧନୁ ପୃଷ୍ଠା ପାଇଁ ତୁରନ୍ତ ଲେଖା ପଠାଇବାକୁ ସଭ୍ୟ ମାନଙ୍କୁ ଅନୁରୋଧ କରାଗଲା. ଏହି ବୈଠକରେ ପ୍ରସନ୍ନ କୁମାର ପଣ୍ଡା,ମହେଶ୍ୱର ବେହେରା, ଡା ଅନ୍ତର୍ଯ୍ୟାମୀ ଭୂୟାଁ, ରଘୁନାଥ ସାହୁ, ସୁରେଶ କୁମାର ମିଶ୍ର, ପ୍ରଭାତ କୁମାର ସାହୁ, ପଞ୍ଚାନନ ସାହୁ, ଶୁଭଶ୍ରୀ ସୋନମ ଦାଶ, ରବିନ୍ଦ୍ର ମହାପାତ୍ର, କୁରେଶ ସାହୁ, ଈଶାନୀ ସ୍ୱସ୍ତିକ ଦିବ୍ୟ ଜ୍ୟୋତି, ଶ୍ରଦ୍ଧାଞ୍ଜଳି ମହାନ୍ତି,କିଶୋର ଦଳବେହେରା,            ଡା.ପ୍ରଫୁଲ୍ଲ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ . କାର୍ଯ୍ୟକ୍ରମକୁ ସଂଯୋଜକ ପ୍ରଫୁଲ୍ଲ କୁମାର ପଣ୍ଡା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS