ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଘୋଷ ଯାତ୍ରାର ଉତ୍ସବକୁ ଧୂମଧାମରେ ପାଳନ କରାଯାଇଛି।
ଖଣ୍ଡପଡ଼ା ୨୭/୬( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):
ଖଣ୍ଡପଡ଼ା ସହରରେ ଶ୍ରୀ ଜଗନ୍ନାଥ ଜୀଉ ଓ ପ୍ରଭୁ ରଘୁନାଥ ମନ୍ଦିର ପ୍ରଭୁ ଶ୍ରୀ ପତିତପାବନଙ୍କୁ ମନ୍ଦିର ରୁ ପହଣ୍ଡି ବିଜେ କରାଇ ରଥାରୂଢ଼ ପରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ରଥଚାରିପାଖେ ଛେରାପହଁରା କାର୍ଯ୍ୟ ନୀର୍ଦ୍ଧାରିତ ସମୟରେ ସମ୍ପନ୍ନ କରାଯିବା ପରେ ୨ଟି ରଥ କୁ ଟଣା କାର୍ଯ୍ୟକୁ ବଡ଼ ଦେଉଳ ରୁ ମାଉସୀ ମାଁ ମନ୍ଦିରକୁ ପହଂଚିବାରେ ବିଳମ୍ବ ହୋଇଥିଲା। ଫଳରେ ସଞ୍ଜ ଗଡ଼ି ଯାଇଥିବା ରୁ ଅଧା ବାଟରେ ଅଟକି ଯାଇଥିବାରୁ ୨ ଟି ରଥପହଞ୍ଚିପାରିବାରୁଭକ୍ତଙ୍କ ମହଲରେ ଭାବ ସୃଷ୍ଟି ହୋଇଥିଲା। ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତି ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଗୁଣ୍ଡିଚା ମନ୍ଦିର ନିକଟରେ ମହାପ୍ରଭୁଙ୍କୁ ବିଳମ୍ବିତ ରାତିରେ ପହଞ୍ଚିବାଟା ଠିକ୍ ନୁହେଁ । ସଂଧ୍ୟା ସମୟରେ ରଥାରୁଢ଼ ବିଗ୍ରହମାନଙ୍କୁ ଦର୍ଶନ କରିବା ନିମନ୍ତେ ରଥସମୂଖରେ ଶ୍ରଦ୍ଧାଳୁମାନଙ୍କ ଭିଡ ଜମିବାରେ ପରିଲକ୍ଷିତ ହୋଇଥିଲା। ବିଗ୍ରହ ମାନଙ୍କ ସଂଧ୍ୟା ଆଳତି ସମୟରେ ଅଧର ପଣା ଲାଗି କରାଯାଇଥିଲା।ପାଗ
ଅନୁକୂଳ ଥିବା ରୁ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳରୁ୬ ହଜାର ରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ସେହିପରି ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଆଖପାଖ ଅଞ୍ଚଳରେ ଖଳି ସାହି, ମର୍ଦ୍ଦରାଜ ପୁର, ଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଘୋଷ ଯାତ୍ରା ପାଇଁ ବହୁ ଆଖପାଖ ଅଞ୍ଚଳର ବେଵଷାଇ ମାନଙ୍କ ଦୋକାନକୁ ଭିଡ଼ ଦେଖିବାକୁ ମିଳିଥିଲା। ମାଁ ଉମାଦେବୀ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଟଙ୍କ ତୋରାଣି ଓ ଥଣ୍ଡା ପାଣି ବ୍ୟବସ୍ଥା କରାଯାଇଥିଲା।
ଅନୁରୁପ ଭାବେ ପି ଏମ ଶ୍ରୀ
ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର
ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଜନସାଧାରଣ ଙ୍କ ପାଇଁ ଦହି ପଣା ଓ ଥଣ୍ଡା ଜଳ ବଣ୍ଟନ କରିଛନ୍ତି। ଖଣ୍ଡପଡ଼ା ଏନ୍ ଏ ସି କାର୍ଯ୍ୟାଳୟ ତରଫରୁ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ କରୁଛନ୍ତି କାର୍ଯ୍ୟକାରୀ କ୍ରମକତା ଏହି ଭଳି ଧୂମଧାମରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଘୋଷଯାତ୍ରା ର ପରମ୍ପରା ରୀତିନୀତି ଅନୁଯାୟୀ ଛେରାପହଁରା ନୀତିକୁ ଚଳିତ ବର୍ଷ ମହାପ୍ରଭୁଙ୍କ ମୂଖ୍ୟ ସେବକ ରାଜା ବିଭୁତି ଭୁଷଣ ସିଂହଁ ମର୍ଦ୍ଦରାଜ ଙ୍କ ପ୍ରଥମଥର ପାଇଁ ଶାରୀରିକ ଅସୁସ୍ଥତା କାରଣ ଯୋଗୁଁ ଘୋଷ ଯାତ୍ରା ର ଛେରାପହଁରା ନୀତି ତାଙ୍କ ଉତ୍ତରାଧିକାରୀ ଯୁବରାଜ
ସିଦ୍ଧାର୍ଥଶେଖରସିଂ ଦାଇତ୍ୱ ତୁଲାଇଥିଲେ। ପ୍ରଭୁ ଶ୍ରୀ ଜଗନ୍ନାଥ ଜୀଉ ପୂଜା ନିତ୍ୟକର୍ମ କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୁଜାରୀ ଓ ସେବକମାନେ ବହୁ ପରୀଶ୍ରମ ରେପ୍ରଭୁଙ୍କୁରଥାଋଢ କରି ୨ ଟି ରଥକୁ ଛେରାପହଁରା ନୀତି ସମ୍ପନ୍ନ କରାଯିବା ରଥଟଣା ହେଉଥିବା ଜଣାପଡିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق