ଖଣ୍ଡପଡ଼ା ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆସିବ କେବେ ?
ଖଣ୍ଡପଡ଼ା ୨୮/୬ ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ପରିମଳ ବ୍ୟବସ୍ଥା ବେଳ କୁ ବେଳ ବିଗିଡିବାରେ ଲାଗିଛି।ସହରର ମୃଖ୍ଯ ରାସ୍ତା ପାର୍ଶ୍ବ ଠାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତାରେ ଦିନ ଦିନ ଧରି ଅଳିଆ,ଆବର୍ଜନା ସବୁକିଛି ପଡି ରହୁଛି।ପରିମଳ ବ୍ୟବସ୍ଥାରେ ଘରୋଇକରଣ ସତ୍ତ୍ବେ ମଧ୍ଯ ସମସ୍ଯା ସୁଧୁରୁନଥିବା ଜଣାପଡିଛି। ସହରାଞ୍ଚଳର ଡ୍ରେନେଜ ବ୍ୟବସ୍ଥା ସଂପୂର୍ଣ୍ଣ ରୁପେ ବିପର୍ଯ୍ୟସ୍ତ ହୋଇପଡିଛି। ଅଧିକାଂଶ ସ୍ଥାନରେ ରାସ୍ତା ପାର୍ଶ୍ବ ଡ୍ରେନ ମାଟିରେ ମିଶିଥିବା ବେଳେ ଗଳିକନ୍ଦି ରାସ୍ତାରେ ଆଦୌ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସାମାନ୍ଯ ବର୍ଷା ହେଲେ ରାସ୍ତା ସାରା ପାଣି ମାଡି ଶିଉଳି ପଡିଥିବା ନଜରକୁ ଆସୁଛି।ଏବେ ବର୍ଷାଋତୁ ଚାଲିଥିବାରୁ ସବୁଠି ଅସ୍ବା ସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷ ଏ ସଂପର୍କରେ ଅବଗତ ଥିଲେ ହେଁ ସେଭଳି କୌଣସି ପଦକ୍ଷେପ ଗ୍ରହଣ ନକରିବା ଦୁଃଖର ବିଷୟ ଅଟେ।ପ୍ରକାଶଥାଉକି ଖଣ୍ଡପଡ଼ା ସହରର ପାରିପାର୍ଶ୍ବିକ ଉନ୍ନତିକରଣ ନିମନ୍ତେ ରାଜ୍ଯ ସରକାରଙ୍କ ନଗର ଉନ୍ନୟନ ବିଭାଗ ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଅର୍ଥ ମଞ୍ଜୁର କରୁଥିଲେ ହେଁ ପରିମଳ ବ୍ୟବସ୍ଥା ଓ ଡ୍ରେନେଜ ସମସ୍ୟାରେ ସୁଧାର ଆସୁନଥିବାରୁ ସହରବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ,ଏନଏସି ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି। ଖଣ୍ଡପଡ଼ା ଏନ୍ ଏ ସି ୧୨ ନଂ ୱାଡ଼ର୍ର ଦୁଇ ପାର୍ଶ୍ଵରେ ଥିବା ଡ୍ରେନ ଅଳିଆଗଦାରେ ପୋତି ହୋଇଯିବା ଦ୍ବାରା ପାଣି ବାଟ ବନ୍ଦ ହୋଇଯାଇଛି। ସେହିପରି ୧୦ ନଂ ୱାଡ଼ର୍ର ଡ୍ରେନ ଅଳିଆଗଦାହୋଇବନ୍ଦ ସୋଇଯାଇଥିବାରୁ ଗତ ଶୁକ୍ରବାର ଦିନ ଏଠାକାର ସ୍ବଛାସେବି ସଙ୍ଗଠନ ପକ୍ଷରୁ ସଫେଇ କାର୍ଯ୍ୟରେ ଯୋଗଦାନ ଦେଇ ନଳାଅଳିଆ ଗଦା କୁ ସଫା କରାଯାଇଛି। ଆଗକୁ
ବର୍ଷା ଦିନ ଆସିବା ଆଗରୁ ସଫାକାର୍ଯ୍ୟ ସେସକରି ଥିବା ରୁ ତାଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରସନ୍ନସା କରିଛନ୍ତି। ଖଣ୍ଡପଡ଼ା ବାସି ପ୍ରତ୍ୟେକ ମାସରେ ସଫେଇ କାର୍ଯ୍ୟପାଇଁ କର୍ମଚାରୀ କୁ ଟଙ୍କା ଦାଖଲ କରିଥିଲେ ମଧ୍ୟ ସେ ଟଙ୍କା ସଦ ଉପଯୋଗୀ ହେଉନଥିବାରୁ ଜନସାଧାରଣ ଅଭିଯୋଗ କରିଛନ୍ତି। ଏଥିପ୍ରତି ଏନ୍ ଏ ସି କାର୍ଯ୍ୟାଳୟ ର୍କୃପକ୍ଷଙ୍କ ସହ ଅଧକ୍ଷା ଙ୍କ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق