BREAKING
Loading...
:

ଦଶପଲ୍ଲା ଓ ସାତପାଟଣା ରେ ପାଳିତ ହେଲା ରଥଯାତ୍ରା ।

 ଦଶପଲ୍ଲା ଓ ସାତପାଟଣା ରେ ପାଳିତ ହେଲା ରଥଯାତ୍ରା ।



ଦଶପଲ୍ଲା : - ( ମଣିଭଦ୍ରା ଖବର)  ଉତ୍ସବ ମୁଖର ହୋଇ ପଡ଼ିଛି ସାରା ଭାରତ ବର୍ଷ ସମେତ ସାରା ବିଶ୍ବ । ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଜଗତରନାଥ ଜଗନ୍ନାଥ ଭାଇ ବଳଭଦ୍ର ଓ ସୁଭଦ୍ରା ଙ୍କ ସହିତ ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ମଧ୍ୟରେ ଭକ୍ତିମୟ ପରିବେଶରେ ମାଉସୀ ଘରକୁ ଯାଉଥିବା ବେଳେ ଅନୁରୂପ ଭାବରେ ମହାବୀର କ୍ଷେତ୍ର ଦଶପଲ୍ଲାର କୁଞ୍ଜବନଗଡ଼ ରେ ମଧ୍ୟ ଆଜି ଦଶପଲ୍ଲା ରାଜା ଶ୍ରୀ ଦିଗ ବିଜୟ ଚନ୍ଦ୍ର ଦେଓଭଞ୍ଜ ଙ୍କ ଦ୍ଵାରା ଛେରାପହଁରା ପରେ ପ୍ରଭୁ ଜଗନ୍ନାଥ ,ଭକ୍ତଙ୍କ ଗହଳିରେ ଭକ୍ତିମୟ ପରିବେଶ ମଧ୍ୟରେ ମାଉସୀ ଘରକୁ ଯାଇଛନ୍ତି ।ଅନ୍ୟପକ୍ଷରେ ଦଶପଲ୍ଲା NAC ଅନ୍ତର୍ଗତ ସାତପାଟଣା ରେ ଦିତୀୟଥର ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ ହୋଇଥିଲା ପରେ ଆଜି ଦଶପଲ୍ଲା ଗଡ଼ଯାତର ସାତପାଟଣା ପ୍ରଗଣାର ସର୍ଦ୍ଦାର ଶୁଶାନ୍ତ କୁମାର ପାତ୍ର ଙ୍କ ଛେରା ପହଁରା ପରେ ପ୍ରଭୁ ଜଗନ୍ନାଥ ଭାଇ ବଲଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କ ସହିତ ସାତପାଟଣା ବଡ଼ଦାଣ୍ଡରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ରେ ମାଉସୀ ଘରକୁ ଯାଇଥିଲେ । । ଦଶପଲ୍ଲାରେ ୨ଟି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଏହାକୁ ଶାନ୍ତିଶୃଙ୍ଖଳା ସହିତ ପରିଚାଳନା କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।।

ମଣିଭଦ୍ରା ଖବର,ଦଶପଲ୍ଲା

Post a Comment

أحدث أقدم
Header ADS