BREAKING
Loading...
:

କେନ୍ଦ୍ରୀୟ ବିଦ୍ୟାଳୟ ର ସ୍ଥାନ ନିରୂପଣ ପାଇଁ ଅଣ୍ଟା ଭିଡୁଛି ହିନ୍ଦୋଳ କାର୍ଯ୍ୟକାରିଣୀ କମିଟି।

 କେନ୍ଦ୍ରୀୟ ବିଦ୍ୟାଳୟ ର ସ୍ଥାନ ନିରୂପଣ ପାଇଁ ଅଣ୍ଟା ଭିଡୁଛି ହିନ୍ଦୋଳ କାର୍ଯ୍ୟକାରିଣୀ କମିଟି।



ଆଞ୍ଚଳିକ ସ୍ତର ରେ କେନ୍ଦ୍ରୀୟ ବିଦ୍ୟାଳୟ ର ସ୍ଥାନ ନିରୂପଣ କୁ ନେଇ ବିବାଦ ଘନୀଭୂତ ହେଉଥିବା ବେଳେ  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସାତ ମାଇଲ  ସ୍ଥିତ ହୋଟେଲ ଓ ଡ଼ି 19(ନାଇଣ୍ଟିନ୍) କନଭେନସନ୍ ହଲ ପରିସର ରେ  ହିନ୍ଦୋଳ ଉପଖଣ୍ଡ ର ପ୍ରାୟ ୨୫ଟି ଗ୍ରାମ ପଞ୍ଚାୟତ ର ସରପଞ୍ଚ,ସମିତିସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ ଓ ଗାଁ ର ସଭାପତି ମାନଙ୍କୁ ନେଇ ଏହାର ଆଶୁ ସମାଧାନ ତଥା ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସଭାରେ ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସଭାପତିତ୍ୱ କରିଥିଲେ।ଏଥିରେ ହିନ୍ଦୋଳ ରେ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ କୁ ସାତମାଇଲ ରୁ ଖଜୁରିଆକଟା ମଧ୍ୟରେ ଥିବା ସରକାରୀ ଜାଗାରେ କରାଯିବା ପାଇଁ ନିଷ୍ପତ୍ତି ନେଲାପରେ,ଦାବିକୁ ଉପ ଜିଲ୍ଲାପାଳ ତହସିଲଦାର ଜିଲ୍ଲାପାଳ, ବିଧାୟିକା,ସାଂସଦ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ପ୍ରଦାନ କରିବା ପାଇଁ ସ୍ଥିର କରାଗଲା।

       ପ୍ରକାଶ ଥାଉ କି ଭୌଗଳିକ ଦୃଷ୍ଟି କୋଣରୁ ସାତ ମାଇଲ ହିନ୍ଦୋଳ ର ମଧ୍ୟସ୍ଥଳ ରେ ହୋଇଥିବା ବେଳେ ହିନ୍ଦୋଳ ଠାରୁ 12କିଲୋମିଟର ଓ ବଦାଳୁ ଠାରୁ 14କିଲୋମିଟର, ମହୀଧରପୁର ଠାରୁ 10କିଲୋମିଟର ଓ ଗଣ୍ଡାନାଲି ଠାରୁ 15କିଲୋମିଟର ଓ ହିନ୍ଦୋଳରେ ଥିବା ରୁଙ୍ଗଟା କମ୍ପାନୀ,ଏମ ଜି ଏମ କମ୍ପାନୀ, ନବ ଭାରତ, ଟାଟା କମ୍ପାନୀ,ମଧ୍ୟ 15କିଲୋମିଟର ପରିଧି ମଧ୍ୟରେ ଆସୁଛି… ତେଣୁ ଗମନାଗମନ ର ସୁବିଧା ଓ ହିନ୍ଦୋଳ ର କେନ୍ଦ୍ର ସ୍ଥଳୀ ସାତ ମାଇଲ ର ଆଖ ପାଖରେ ହେଲେ ହିନ୍ଦୋଳ ବାସୀ ନିଶ୍ଚିତ ଭାବରେ ରେ ଉପକୃତ ହୋଇ ପାରିଵେ ବୋଲି ଆଶା କରାଯାଉଛି।ହିନ୍ଦୋଳ କାନ୍ଦରାଶୁଣୀ ଠାରେ ଏକ ଆଦର୍ଶ ବିଦ୍ୟାଳୟ ଥିବା ବେଳେ ଯାହା ସିବିଏସ୍ଇ ସିଲାଵସ ଅନୁଯାୟୀ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବା ବେଳେ ସାତ ମାଇଲ ନିକଟବର୍ତ୍ତୀ ସ୍ଥାନ ରେ କେନ୍ଦ୍ରୀୟ ବିଦ୍ୟାଳୟ ଆଇ ସି ଏସ୍ ଇ ସିଲାବସ ଅନୁଯାୟୀ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିବେ।ଛାତ୍ର ଛାତ୍ରୀ ମାନଙ୍କ ର ଭବିଷ୍ୟତ କୁ ଆଖି ଆଗରେ ରଖି ହିନ୍ଦୋଳ ବାସୀ ଙ୍କ ସ୍ବାର୍ଥ ପାଇଁ ହିନ୍ଦୋଳ ର ମଧ୍ୟ ସ୍ଥଳୀରେ ବିଦ୍ୟାଳୟ ଟି ଖୋଲିଲେ ସମସ୍ତେ ଉପକୃତ ହେବା ସହିତ ପଡୋଶୀ ଓଡାପଡା ବ୍ଲକର ଅଧିବାସୀ ମାନେ ମଧ୍ୟ ଉପକୃତ ହୋଇପାରିବେ ଵୋଲି ସମସ୍ତେ ଆଶା ଵାଦୀ ଅଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS