ବିଷମକଟକ RMC ପ୍ରାଙ୍ଗଣ ଠାରେ ରବି ଧାନ ଫସଲର ମଣ୍ଡି ଉଦଘାଟନ I
ରାୟଗଡା ଜିଲ୍ଲା ବିଷମକଟଳ ବ୍ଳକ RMC ପ୍ରାଙ୍ଗଣ ଠାରେ ଆଜି ରବି ଧାନ ଫସଲ ମଣ୍ଡି ଗଜବାହାଲ RMC ଠାରେ ଉଦଘାଟନ ହୋଇଯାଇଛି I ଭକ୍ତ ଉଦ୍ଘାଟନ କାର୍ଯ୍ୟ ରେ ଲ୍ୟାମ୍ପସ ର ସଭାପତି ଶ୍ରୀ ଶିରି କୁମ୍ବୁରୁକା ,ଏମ୍ଆଇ ଶ୍ରୀ ଦେବଦତ ଲେଙ୍କା , RMC କର୍ମଚାରୀ, ଲ୍ୟାମ୍ପସ କର୍ମଚାରୀ ଓ ଚାଷୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ବିଷମକଟକ ଲ୍ୟାମ୍ପ ର ସଭାପତି ଶ୍ରୀ ଶିରି କୁମ୍ବୁରୁକା ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ କରି ଉକ୍ତ କାର୍ଯ୍ୟକ୍ରମ କୁ ସମିତି ଦ୍ୱାରା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶାନ୍ତନୁ ସାହୁ ସୁଚାରୁରୂପେ ପରିଚାଳନା କରିଥିଲେ । ସମୁଦାୟ ୨୫ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିବା ବେଳେ ୧୫ ଜଣ ଚାଷୀ ଧାନ ଚାଷ କରିଥିବା ର ସୂଚନା ମିଳିଛି । ଯାହାକି ଆସନ୍ତା ଶନିବାର ଠାରୁ ଧାନ କିଣା ପ୍ରକିୟା ଆରମ୍ଭ ହେବ ବୋଲି ସମିତି ପରିଚାଳନା ନିଁର୍ଧେଶକ ସାନ୍ତୁନ ସାହୁ ସୂଚନା ଦେଇଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق