BREAKING
Loading...
:

ଗଣିଆରେ ଯୁକ୍ତ ଦୁଇ ବିଜ୍ଞାନରେ ଆଞ୍ଚଳ ଆଚାର୍ଯ୍ୟ ଏବଂ କଳାରେ ରୋଜାଲିନ ପ୍ରଧାନ ବ୍ଳକ ଟପ୍ପର, ସାମନ୍ତରାୟ ମହାବିଦ୍ୟାଳୟର ୭ଜଣ ପାଇଲେ ୫ ଶହରୁ ଅଧିକ ନମ୍ବର

 ଗଣିଆରେ ଯୁକ୍ତ ଦୁଇ ବିଜ୍ଞାନରେ ଆଞ୍ଚଳ ଆଚାର୍ଯ୍ୟ ଏବଂ କଳାରେ ରୋଜାଲିନ ପ୍ରଧାନ ବ୍ଳକ ଟପ୍ପର, ସାମନ୍ତରାୟ ମହାବିଦ୍ୟାଳୟର ୭ଜଣ ପାଇଲେ ୫ ଶହରୁ ଅଧିକ ନମ୍ବର 

(ମଣିଭଦ୍ରା ବ୍ୟୁରୋ) ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ବିଜ୍ଞାନରେ ସାମନ୍ତରାୟ ମହାବିଦ୍ୟାଳୟର ଆଞ୍ଚଳ ଆଚାର୍ଯ୍ୟ ୫୪୩ ନମ୍ବର ରଖି ବ୍ଳକ ଟପ୍ପର ହୋଇଥିବା ବେଳେ କଳାରେ ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୋଜାଲିନ ପ୍ରଧାନ ୫୩୫ ନମ୍ବର ରଖି ବ୍ଳକ ଟପ୍ପର ହୋଇଛନ୍ତି । ଗଣିଆର ୩ଟି ମହାବିଦ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଆରସି ସାମନ୍ତରାୟ ମହାବିଦ୍ୟାଳୟରେ ବିଜ୍ଞାନରେ ୨୩୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୫୮ ଜଣ ପ୍ରଥମ,୬୩ ଜଣ ଦ୍ବିତୀୟ,୬ ଜଣ ତୃତୀୟ ସ୍ଥାନ ଲାଭ କରିଥିବା ବେଳେ ୭ ଜଣ ଅନୁପସ୍ଥିତ ଥିଲେ । 

ଦିନକୁଦିନ ସଫଳତାର ଶୀର୍ଷରେ ପହଞ୍ଚି ଥିବା ଆରସି ସାମନ୍ତରାୟ ମହାବିଦ୍ୟାଳୟର ୭ ଜଣ ଛାତ୍ର ଛାତ୍ରୀ ୫ ଶହରୁ ଅଧିକ ନମ୍ବର ରଖିଥିବା ଜଣାପଡିଛି । ସେହିପରି କଳା ବିଭାଗରେ ସାମନ୍ତରାୟ ମହାବିଦ୍ୟାଳୟର ୯୩ ଜଣ ପରୀକ୍ଷା ଦେଇଥିବା ବେଳେ ୨୧ ଜଣ ପ୍ରଥମ,୩୯ ଜଣ ଦ୍ବିତୀୟ,୩୦ ଜଣ ତୃତୀୟ ଏବଂ ୩ ଜଣ ପରୀକ୍ଷାର୍ଥୀ ଫେଲ୍ ହୋଇଥିବା ଜଣାପଡିଛି । ସେହିପରି ବନମାଳୀ ବାରିକି ମହାବିଦ୍ୟାଳୟ ଆଡକଟାର ବିଜ୍ଞାନ ବିଭାଗରେ ୮୨ ଜଣ ପରୀକ୍ଷା ଦେଇଥିବା ବେଳେ ୫୮ ଜଣ ପ୍ରଥମ,୧୮ ଜଣ ଦ୍ବିତୀୟ,୫ ଜଣ ତୃତୀୟ ଏବଂ ଜଣେ ଫେଲ୍ ହୋଇଥିବା ଜଣାପଡିଛି । କଳାରେ ୧୨୨ ଜଣ ପରୀକ୍ଷା ଦେଇଥିବା ବେଳେ ୨୨ ଜଣ ପ୍ରଥମ,୩୧ ଜଣ ଦ୍ବିତୀୟ,୫୦ ଜଣ ତୃତୀୟ ଏବଂ ୧୯ ଜଣ ଫେଲ୍ ହୋଇଥିବା ଜଣାପଡିଛି । ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୧୫ ଜଣ ପରୀକ୍ଷା ଦେଇଥିବା ବେଳେ ୪୨ ଜଣ ପ୍ରଥମ,୨୨ ଜଣ ଦ୍ବିତୀୟ,୯୮ ଜଣ ତୃତୀୟ ଏବଂ ୪୧ ଜଣ ଫେଲ୍ ହୋଇଥିବା ଜଣାପଡିଛି । କଳାରେ ରୋଜାଲିନ ପ୍ରଧାନ ୫୩୫ ନମ୍ବର ରଖି ବ୍ଳକ ଟପ୍ପର ହୋଇଥିବା ବେଳେ ୫ ଜଣ ୫ ଶହରୁ ଅଧିକ ନମ୍ବର ରଖିଛନ୍ତି । 

ବିଜ୍ଞାନରେ ସଫଳତା ଲାଭ କରିଥିବା ଆଞ୍ଚଳ ଆଚାର୍ଯ୍ୟ ମହାବିଦ୍ୟାଳୟ ହଷ୍ଟେଲରେ ରହି ପଢ଼ୁଥିବା ବେଳେ ନିଜର ସଫଳତା ପାଇଁ  ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା ଏବଂ ଅଧ୍ୟାପକଙ୍କୁ ଦେଇଥିବା ବେଳେ କଳାରେ ବ୍ଳକ ଟପ୍ପର ହୋଇଥିବା ରୋଜାଲିନ ପ୍ରଧାନ ପଢୁଥିବା ଅରୋମିରା କୋଚିଙ୍ଗ ସେଣ୍ଟରର ପରିଚାଳିକା ବିଜୟ ଲକ୍ଷ୍ମୀ ରାଉତଙ୍କୁ ପ୍ରଦାନ କରିଛନ୍ତି । କୃତିତ୍ବ ଅର୍ଜନ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ୩ଟି ମହାବିଦ୍ୟାଳୟର ଅଧ୍ୟକ୍ଷ  ଶୁଭେଚ୍ଛା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS