BREAKING
Loading...
:

ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ଧର୍ତ୍ତି ଅବା ଗ୍ରାମ ଉତକର୍ଷ ଅଭିଯାନ ଉପରେ ଜିଲ୍ଲାପାଳଙ୍କ ସମୀକ୍ଷା

 ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ଧର୍ତ୍ତି ଅବା ଗ୍ରାମ ଉତକର୍ଷ ଅଭିଯାନ ଉପରେ ଜିଲ୍ଲାପାଳଙ୍କ ସମୀକ୍ଷା



ରାୟଗଡ (ମଣିଭଦ୍ରା ଖବର) ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ଅଧୀନରେ ରାୟଗଡା ଜିଲ୍ଲାରେ ବସବାସ କରୁଥିବା ବିଶେଷ ଭାବେ ଅନୁନ୍ନତ ଜନଜାତିର ଜନସାଧାରଣ, ଗୋଷ୍ଠୀ, ପରିବାରକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସୁବିଧା ଯୋଗାଇଦେବା ନିମନ୍ତେ ବ୍ୟାପକ  ସଚୁରେସନ କାର୍ଯ୍ୟକ୍ରମ ଓ ଧର୍ତ୍ତି ଅବା ଗ୍ରାମଉତ୍କର୍ଷ ଅଭିଯାନ ଉପରେ ଆଜି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀ ସମୀକ୍ଷା କରିଛନ୍ତି l 

 ସାରା ଦେଶରେ ବ୍ୟାପକ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜିଲ୍ଲାର ବିଶେଷ ଭାବେ ଅନୁନ୍ନତ ଜନଜାତି ବହୁଳ କଲ୍ୟାଣ ସିଂପୁର, ଵିଷମ କଟକ, ମୁନିଗୁଡା ଓ ଗୁଣୁପୁର ବ୍ଲକର 15ଟି ଗ୍ରାମ ପଞ୍ଚାୟତର ସମୁଦାୟ 237ଟି ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି  କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜନମନ ପରି ଯୋଜନାରେ 

ଆଦିମ ଜନଜାତିର ସବୁ ଲୋକଙ୍କ ଆଧାର କାର୍ଡ ପଞ୍ଜିକରଣ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା, ସ୍ୱାସ୍ଥ୍ୟଗତ ସୁବିଧା ନିମନ୍ତେ ଆୟୁଷ୍ମାନ ଭାରତ ଯୋଜନାରେ ପଞ୍ଜିକରଣ କରି ଯୋଗ୍ୟ ବ୍ୟକ୍ତିକୁ ସାମିଲ କରାଯିବ l ଜାତିଗତ ଏବଂ ବାସିନ୍ଦା ପ୍ରମାଣ ପତ୍ର ଦିଆଯିବ l ରକ୍ତଶିକୁଳି ରୋଗ ଚିହ୍ନଟ କରାଯିବା ସହ ବିଭିନ୍ନ ମୌଳିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯଲିଥିଲା l ଏହା ସହିତ ଜଙ୍ଗଲ ଜମି ପଟ୍ଟା, ଛାତ୍ର ବୃତ୍ତି, ପ୍ରସୂତି କାଳୀନ ସୁବିଧା, କିଷାନ କ୍ରେଡିଟ କାର୍ଡ, କିଷାନ ସମ୍ମାନ ନିଧି ଯୋଜନାରେ ସୁବିଧା ଯେପରି ଉକ୍ତ ଜନଜାତିଙ୍କ ନିକଟରେ ପହଞ୍ଚି ପାରିବ ସେଥିନିମନ୍ତେ ଯୁଦ୍ଧକାଳୀନ ପଦକ୍ଷେପ ନିଆଯଲିଥଲା l ଏହି ଯୋଜନାରେ ଅନୁନ୍ନତ ଜନଜାତିଙ୍କ ପାଇଁ ୬୭୨୨ଟି ଗୃହ ମଞ୍ଜୁରୀ କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୨୪୨୭ଟି ଗୃହ ହୋଇଥିବାରୁ ଜିଲ୍ଲାପାଳ ତୁରନ୍ତ କାମ ଆରମ୍ଭ କରିବାକୁ ଓ ଆସନ୍ତା ସ୍ୱପ୍ଟେମ୍ବର ମାସ ସୁଦ୍ଧା ସାରିବାକୁ ନିର୍ଦେଶ ଦେଇଥିଲେ l ସେହିପରି ପିଇବା ପାଣି ଯୋଗାଣ ପାଇଁ ୨୪୬ ଟି ପ୍ରକଳ୍ପ ମଞ୍ଜୁରୀ ପାଇଥିବା ବେଳେ ମାତ୍ର ୭୯ଟି ସମ୍ପୂର୍ଣ ହୋଇଥିବା ଜଣା ଯାଇଛି l ଗ୍ରାମ୍ୟ ଜିଗାଯୋଗ କ୍ଷେତ୍ରରେ ୧୫ଟି ପ୍ରକଳ୍ପ ମଞ୍ଜୁରୀ ପାଇଥିବା ବେଳେ କାର୍ଯ୍ୟ ଚାଲୁରହିଥିବା ଜଣାପଡିଛି l ଅଙ୍ଗନବାଡି କେନ୍ଦ୍ର ପାଇଁ ୨୪ଟି ପ୍ରକଳ୍ପ ମଞ୍ଜୁରୀ ପଥିବା ବେଳେ ୨୪ଟି କାର୍ଯ୍ୟ ଚାଲୁରହିଛି l ଛାତ୍ରବlସ ନିମନ୍ତେ ଜିଲ୍ଲା ପାଇଁ ୯ଗୋଟି ଆମଞ୍ଜୁର ହୋଇଥିବା ବେଳେ ତାହାକୁ ତୁରନ୍ତ ସ୍ଥାନ ଚିନ୍ନଟ କରି କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ଛାତ୍ରlବlସ ବିଦ୍ୟାଳୟ ପରିସରରେ ହି କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ମୋବାଇ ଯୋଗାଯୋଗ କ୍ଷେତ୍ରରେ ମଧ୍ୟରେ ୧୮ଗୋଟି ଗ୍ରାମକୁ ଦେବା ପାଇଁ ଧାର୍ଯ୍ୟ କରାଯାଇଛି l ସେହିପରି ବିଦ୍ୟୁତ ସଂଯୋଗ ପାଇଁ ୧୩୯ ଗ୍ରାମକୁ ଦେବା ପାଇଁ ମଞ୍ଜୁରୀ ହୋଇଥିବା ବେଳେ ତୁରନ୍ତ କାମସାରିବାକୁ ଜିଲ୍ଲାପାଳ କହିଛନ୍ତି l ସେହିପରି ପିଏମ କିଷାନ,ଆଧାର ସସିଡିଙ୍ଗ, ରେସନ କାର୍ଡ ଯୋଗାଇବା, ଜାତି ଓ ବାସସ୍ଥାନ ପ୍ରମାଣ ପତ୍ର, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଦି ଉପରେ ସନିକ୍ଷା କରିଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS