ବାଣୀଗୋଛା ଡାକ୍ତରଖାନା କୁ ଭଗବାନ ଭରଷା ।
ଦଶପଲ୍ଲା (ଶିବାନୀ ଦୀପାଞ୍ଜଳୀ) ଦଶପଲ୍ଲା ପଶ୍ଚିମାଞ୍ଚଳର ମୂଖ୍ୟ ବାଣିଜ୍ୟିକ ପେଣ୍ଠସ୍ଥଳ ବାଣୀଗୋଛା ଡାକ୍ତରଖାନା କୁ ଭଗବାନ ଭରଷା । ଏହି ଡାକ୍ତରଖାନା ଉପରେ ନୟାଗଡ଼ ଜିଲ୍ଲା ସମେତ ବଉଦ୍ ,ଫୁଲବାଣୀ ଜିଲ୍ଲାର ବହୁ ଜନସାଧାରଣ ନିର୍ଭର କରୁଥିବା ବେଳେ ,ଏହି ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ରୋଗୀ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ବାଧ୍ୟ ହୋଇ ରୋଗୀକୁଂ ଚିକିତ୍ସା କରୁଥିବା ଦୈଖବାକୁ ମିଳିଛି । ପୂର୍ବରୁ ଏହି ଡାକ୍ତରଖାନାରେ ଡା .ବିଶ୍ବଜିତ୍ ନାୟକ ଓ ଡା . କାଳିପ୍ରସାଦ ଷଡ଼ଙ୍ଗୀ ରହିଥିବାବେଳେ ,କିଛିଦିନ ତଳେ ଡା ନାୟକଙ୍କୁ ଦଶପଲ୍ଲା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିଲାବେଳେ ଏବେ ଡା . ଷଡ଼ଙ୍ଗୀ କୁଂ ଦଶପଲ୍ଲା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିବା ଯୋଗୁଁ ବାଣୀଗୋଛା ଡାକ୍ତରଖାନାରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏପରିକି , ନୟାଗଡ଼ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କୋଭିଡ୍ ମହାମାରୀ ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସାପାଇଁ ଆବଶ୍ୟକ ଡାକ୍ତର ନଥିବା ହେତୁ ଲୋକେ ନୟାଗଡ଼ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ କେବଳ ଜଣେ ଡାକ୍ତରରେ କିମ୍ବା ଫାର୍ମାସିଷ୍ଟ କଂ ଦ୍ବାରା ଚାଲିଛି ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ।ଆଦିବାସୀ ବହୁଳ ନୟାଗଡ଼ ଜିଲ୍ଲାର ଜନସାଧାରଣ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ଆରୋଗ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାଆନ୍ତି । ପ୍ରତିଦିନ ଶତାଧିକ ରୋଗୀ ଡାକ୍ତରଖାନା ଆସୁଥିବା ଦେଖିବାକୁ ମିଳୁଛି । ସେହିପରି ପ୍ରତିଦିନ ଜାତୀୟ ରାଜପଥ ନମ୍ବର୍ ୫୭ ଏବଂ ଅନ୍ୟାନ୍ୟ ରାସ୍ତାରେ ଘଟୁଥିବା ଛୋଟବଡ଼ ଦୁର୍ଘଟଣା ଘଟି ଆହତମାନେ ମଧ୍ୟ ଜରୁରୀ ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି । ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ଆରୋଗ୍ୟ କେନ୍ଦ୍ର ରେ ଜଣେ ହିଁ ଡାକ୍ତର ଅଛନ୍ତି ବୋଲି ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଆସୁଥିଲା ମଧ୍ୟ ଜିଲ୍ଲା ପ୍ରଶାସନ ଏଥିପ୍ରତି କାହିଁକି ଦୃଷ୍ଟି ଦେଉନାହାନ୍ତି ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ସେଥିପାଇଁ ତୁରନ୍ତ ଖାଲିଥିବା ଡାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କର ପଦବୀ ତୁରନ୍ତ ପୂରଣ ଦିଗରେ ପଦକ୍ଷେପ ନେବାକୁ ନୟାଗଡ଼ ଜିଲ୍ଲାର ଜନସାଧାରଣ ଦାବୀ କରିଛନ୍ତି ।
ମଣିଭଦ୍ରା ଖବର, ଦଶପଲ୍ଲା
إرسال تعليق