ବଜ୍ରାଘାତରେ ମହିଳା ମୃତ ।
ଗଜପତି(ମନୋଜ କୁମାର ପାଢୀ) - ବଜ୍ରାଘାତ ରେ ମହିଳା ମୃତ ।ମୃତକ ମହିଳା ଜଣକ ହେଲେ ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା କାନକଟା ଗ୍ରାମର ଦମୟନ୍ତୀ ମଣ୍ଡଳ । ଆଜି ଅପରାହ୍ନ ରେ କାନକତା ନାକା ପଏଣ୍ଟ ନିକଟରେ ଘର କାମ ଲାଗି ଟ୍ରାକ୍ଟର ରୁ ଇଟା ଓହ୍ଲାଉ ଥିବା ବେଳେ ପୋଲିସ ବିଟ ହାଉସ ନିକଟରେ ଥିବା ଏକ ଶୁଖିଲା ଗଛକୁ ବଜ୍ରପାତ ହୋଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କରି ମୃତ୍ୟୁ ହୋଇଥିଲା ।
ମଣିଭଦ୍ରା ଖବର, ଗଜପତି
إرسال تعليق