ବାଙ୍କୀ କଲେଜ + ୨ ପରୀକ୍ଷା ଫଳ ପ୍ରକାଶିତ, କଳାରେ ଓମ୍ ଶୁଭମ୍ ବେହେରା, ବିଜ୍ଞାନରେ ଅଙ୍କିତା ଜେନା ଓ ବାଣିଜ୍ୟରେ ସୁଜାତା ସାହୁ ଶ୍ରେଷ୍ଠ ସ୍ଥାନ
ବାଙ୍କୀ(ମାନସ ରଞ୍ଜନ ସାହୁ )ଆଜି ଉଚ୍ଚମାଧ୍ୟମିକ ପରିଷଦ ତରଫରୁ +୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ବାଙ୍କୀ କଲେଜରେ + ୨ କଳାରେ ପ୍ରଥମ ଶ୍ରେଣୀରେ ୧୫୭ଜଣ , ୨ୟ ଶ୍ରେଣୀରେ ୯୬ଜଣ ଓ ୩ୟ ଶ୍ରେଣୀରେ ୧୭୫ଜଣ ପାସ୍ କରିଛନ୍ତି ଏବଂ ପାସ୍ ହାର ୮୬ପ୍ରତିଶତ ହୋଇଛି । ଓମ୍ ଶୁଭମ୍ ବେହେରା +୨ କଳାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । + ୨ ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୧୭ଜଣ, ୨ୟ ଶ୍ରେଣୀରେ ୧୨ଜଣ ଓ ତୃତୀୟ ଶ୍ରେଣୀରେ ୩୩ଜଣ ପାସ୍ କରିଥିବା ବେଳେ ପାସ୍ ହାର ହେଉଛି ୮୭ପ୍ରତିଶତ । + ୨ ବାଣିଜ୍ୟରେ ସୁଜାତା ସାହୁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ।
ସେହିପରି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୮ଜଣ , ୨ୟ ଶ୍ରେଣୀରେ ୩୧ଜଣ ଓ ତୃତୀୟ ଶ୍ରେଣୀରେ ୩୭ଜଣ ପାସ୍ କରିଛନ୍ତି ଓ ପାସ୍ ହାର ୮୬ପ୍ରତିଶତ ହୋଇଛି । ଅଙ୍କିତା ଜେନା ବିଜ୍ଞାନରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ।
ଏତାଦୃଶ ଫଳ ପାଇଁ କଲେଜର ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି, + ୨ ଅଧ୍ୟକ୍ଷ ପ୍ରାଧ୍ୟାପକ ସମୀର କୁମାର ମହାପାତ୍ର, ପୂର୍ବତନ + ୨ ଅଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ, + ୨ ପରୀକ୍ଷା ପରିଚାଳକ ଅଧ୍ୟାପକ ଯୁଗୋଳ କିଶୋର ମଣ୍ଡଳ, ଅଧ୍ୟାପକ ଆଶିଷ କୁମାର ପାଢୀ, ସହକାରୀ ସତିଶ୍ କୁମାର ମହାପାତ୍ର ପ୍ରମୁଖ କୃତି ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ମଣିଭଦ୍ରା ଖବର, ବାଙ୍କୀ
إرسال تعليق