କଳାପଥର କଲେଜରେ ସୁଜାତା ସାହୁ କଳାରେ ଶ୍ରେଷ୍ଠସ୍ଥାନ
ବାଙ୍କୀ,୨୧ା୫(ମାନସ ରଞ୍ଜନ ସାହୁ ):ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ + ୨ ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାପଥର ଧଳାପଥର ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ + ୨ କଳାରେ ପ୍ରଥମ ଶ୍ରେଣୀରେ ୫୮ଜଣ , ଦ୍ୱିତୀୟ ଶ୍ରେଣୀରେ ୨୮ଜଣ ଓ ତୃତୀୟ ଶ୍ରେଣୀରେ ୪୬ଜଣ ପାସ୍ କରିଛନ୍ତି । + ୨ କଳାରେ ସୁଜାତା ସାହୁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ସେହିପରି + ୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୬ଜଣ , ଦ୍ୱିତୀୟ ଶ୍ରେଣୀରେ ୩ଜଣ ଓ ତୃତୀୟ ଶ୍ରେଣୀରେ ୬ଜଣ ପାସ୍ କରିଛନ୍ତି ଏବଂ ସୁଜାତା ବେହେରା ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । + ୨ ବାଣିଜ୍ୟରେ ୨ଜଣ ପରୀକ୍ଷା ଦେଇଥିବା ବେଳେ ୨ଜଣ ଯାକ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ବୋଲି ଅଧ୍ୟକ୍ଷ ସୁନନ୍ଦ କୁମାର ଛାଟୋଇ ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର, ବାଙ୍କୀ
إرسال تعليق