BREAKING
Loading...
:

ବଜ୍ରପାତ ସଚେତନତା ଶିବିର ଅନୁଷ୍ଠିତ

 ବଜ୍ରପାତ ସଚେତନତା ଶିବିର ଅନୁଷ୍ଠିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଥିବା ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ଗଣିଆ ଯୁବକ ସଂଘ ଆନୁକୂଲ୍ୟରେ ବଜ୍ରପାତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ସାମାଜିକ କର୍ମୀ ଆନନ୍ଦ ଚନ୍ଦ୍ର ବେହେରା,ଯୁବକ ସଂଘ ସମ୍ପାଦକ ବାଉରିବନ୍ଧୁ ବେହେରା, ଶିକ୍ଷକ ମହେଶ୍ୱର ନାୟକ, ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର, ପବିତ୍ର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବଜ୍ରପାତ ସମୟରେ କିଭଳି ସଚେତନ ଏବଂ ସତର୍କ ରହିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବଜ୍ରପାତ ଯୋଗୁଁ ଅନେକ ଜୀବନ ଯାଉଥିବାରୁ ଏଲଇଡି ମାଧ୍ଯମରେ ଏହାର ନିରାକରଣ ସମ୍ପର୍କରେ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିବା ବେଳେ ଉପସ୍ଥିତ ଛାତ୍ର ଛାତ୍ରୀ ତଥା ଅଭିଭାବକ ସଚେତନତା ଲାଭ କରିଥିଲେ ।

Post a Comment

أحدث أقدم
Header ADS