ଖଣ୍ଡପଡ଼ା ଅବକାରୀ ବିଭାଗ ପକ୍ଷରୁ ଚଢାଉ ୩୮ ଲିଟର ଦେଶୀ ମଦ ଜବତ,୨ ଗିରଫ ଓ ୨ ବାଇକ୍ ଜବତ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଅବକାରୀ ବିଭାଗ ପକ୍ଷରୁ ଫତେଗଡ ଥାନା ଅଧୀନ ଗୋବର୍ଦ୍ଧନ ପ୍ରସାଦ ଗ୍ରାମ ରେ ସୋମବାର ଦିନ ଅଚାନକ ଚଢ଼ାଉ କରାଯାଇ କବି ମଲ୍ଲିକ (୪୮) ଙ୍କ ଠାରୁ ୨୪ ଲିଟର ଓ ଉପେନ୍ଦ୍ର ସାହୁ ଠାରୁ ୧୪ ଲିଟର ଦେଶୀ ମଦ ଜବତ କରାଯାଇଥିବା ଅବକାରୀ ଥାନା ଅଧୀକାରୀ ଦୀପକ କୁମାର ଜେନାଙ୍କ ଠାରୁ ପ୍ରକାଶ।ନିଶା ବେପାରୀ କବି ଓ ଉପେନ୍ଦ୍ର ଦୁଇଟି ବାଇକ୍ ଯୋଗେ ଦେଶୀ ମଦ ଚୋରା ରେ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ମାନଙ୍କ ଦ୍ଵାରା ଧରାପଡିଥିଲେ। ଏ ସମ୍ପର୍କରେ ମାମଲା ରୁଜୁ କରାଯାଇ ଉଭୟ ଙ୍କୁ ଅଦାଲତ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଚଢ଼ାଉ ଅଭିଯାନରେ ଏସ ଆଉ ପ୍ରତ୍ୟୁଷ ରଞ୍ଜନ ଦେହୁରୀ, ଲକ୍ଷ୍ମୀ ଧର ବେହେରା, ଶୁଭଶ୍ରୀ ପଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق