BREAKING
Loading...
:

ଆର ଏସ ଏସ ପକ୍ଷରୁ ହି ନ୍ଦୁ ନବବର୍ଷ ସମାରୋହ ପାଳନ

 ଆର ଏସ ଏସ ପକ୍ଷରୁ ହି ନ୍ଦୁ ନବବର୍ଷ ସମାରୋହ ପାଳନ 

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ବ୍ଲକ ଅଧିନ ଖଳି ସାହି ବଡ଼ ପଡ଼ିଆ ପରିସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ସଂଘ ଚାଳକ ସୁକାନ୍ତ ରଣସିଂହ, ଖଣ୍ଡପଡ଼ା ସଂଘ ଚାଳକ ହେମନ୍ତ ଖୁଣ୍ଟିଆ ଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ର ମୂଖ୍ୟ ଅତିଥି ରୂପେ ଡାକ୍ତର ରବିନ୍ଦ୍ର ସାହୁ ଯୋଗଦାନ ଦେଇ ହିନ୍ଦୁ ନବବର୍ଷ ପାଳନ ର ମହତ୍ତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ ସଦସ୍ୟ ଅଭିଳାଷ ପଣ୍ଡା , ଜିତେନ୍ଦ୍ର କୁମାର କାଟି ଆ , ଜ୍ଞାନ ରଞ୍ଜନ ପୃଷ୍ଟି , ପରମେଶ୍ବର ମହାନ୍ତି ଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଏଅବସର ଭାରତ ମାତା ଫଟୋ ଚିତ୍ର ଲଗାଯିବା ସହିତ ଆର ଏସ ଏସ ପ୍ରତିଷ୍ଠାତା ଙ୍କ ଫଟୋ ଚିତ୍ର ଲଗାଯାଇ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS