BREAKING
Loading...
:

ମନ୍ଦିର କାର୍ଯ୍ୟ ଅଧାପନ୍ତରିଆ

 ମନ୍ଦିର କାର୍ଯ୍ୟ ଅଧାପନ୍ତରିଆ 

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ସହରର ୧୧ ନଂ ୱାର୍ଡ ଅଧିନ ଗଡଭିତର ସାହିରେ  ନିର୍ମାଣ ଧିନ ଶ୍ରୀରଘୁନାଥଜୀଉଙ୍କ ମନ୍ଦିର ନିର୍ମାଣ କାର୍ଯ୍ଯ ଅଧାରେ ଅଟକିଥିବା  ବ୍ଲକ ପ୍ରଶାସନ ସୁତ୍ରରୁ ଜଣାପଡିଛି। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ତତ୍କାଳୀନ ସରକାରଙ୍କ ସମୟରେ ଶ୍ରୀରଘୁନାଥ ଜୀଉଙ୍କ ନୂତନ ମନ୍ଦିର ନିର୍ମାଣ ନିମନ୍ତେ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଖଣ୍ଡପଡ଼ା ବ୍ଲକ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜନୈକ ଠିକାଦାରଙ୍କ ଦ୍ବାରା ମନ୍ଦିର ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥିଲା। ମାତ୍ର ୩ ମାସ ପରେ ବି ମନ୍ଦିର ନିର୍ମାଣ କାର୍ଯ୍ଯ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି।ମନ୍ଦିର ନିର୍ମାଣ କାର୍ଯ୍ଯରେ ନିୟୋଜିତ ଠିକାଦାରଙ୍କ ଠାରୁ ୧୧ ନଂ ଓ୍ବାର୍ଡର କାଉନସିଲର ୨୦ ହଜାର ଟଙ୍କା ଦେବା ପାଇଁ ଦାବି କରୁଥିବାରୁ ସଂପୃକ୍ତ ଠିକାଦାର ମନ୍ଦିର ନିର୍ମାଣ କାର୍ଯ୍ଯରୁ ଓହରି ଯାଇଥିବା ଜଣାପଡିଛି।ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିର ନିର୍ମାଣ କାର୍ଯ୍ଯରୁ ସଂପୃକ୍ତ ଓ୍ବାର୍ଡର କାଉନସିଲର ମୋଟାଅଙ୍କର ଟଙ୍କା ଦାବି କରିବା ଘଟଣା ଏବେ ଖଣ୍ଡପଡା ସହରରେ ଚର୍ଚ୍ଚାର ବିଷୟ  ପାଲଟିଛି। ମନ୍ଦିର ନିର୍ମାଣ କାର୍ଯ୍ଯ ଅଧାରେ ଅଟକ ରହିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିଗ୍ରହ ମାନଙ୍କ ନୀତିକାନ୍ତିରେ ସମସ୍ୟା ସୃଷ୍ଟି ହୋଇଛି। ଶ୍ରୀରଘୁନାଥ ଜୀଉ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ଯମାନେ ଏ ସଂପର୍କରେ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳିନଥିବା ଜଣାପଡିଛି। ମନ୍ଦିର ନିର୍ମାଣ କାର୍ଯ୍ଯ ତଦାରଖ କରୁଥିବା ଖଣ୍ଡପଡ଼ା ବ୍ଲକର ବରିଷ୍ଠ ଯନ୍ତ୍ରୀ ବ୍ରଜକିଶୋର ମିଶ୍ରଙ୍କୁ ପଚାରିବାରେ କାଉନସିଲରଙ୍କ ଲାଞ୍ଚଖୋର ମନୋବୃତ୍ତିକୁ ନେଇ ଠିକାଦାର କାର୍ଯ୍ଯରୁ ଓହରିଯାଇଥିବା ସେ ପ୍ରକାଶ କରିଛନ୍ତି। ଶ୍ରୀରଘୁନାଥ ଜୀଉ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ଉଦ୍ଧବ ଚନ୍ଦ୍ର ଦାସ ଓ ଅନ୍ଯ ସଦସ୍ଯ ତ୍ରିଲୋଚନ ପଢିଆରୀ  ଭଗବାନ ପାତ୍ର  କୈଳାସ ଚନ୍ଦ୍ର ଦଳବେହେରା  ସନ୍ତୋଷ ପାତ୍ର ଗଣେଶ୍ଵର ଦାସ ପ୍ରମୁଖ ଏ ସଂପର୍କରେ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି।ନୟାଗଡ ଜିଲ୍ଲାପାଳ ଓ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗଡଭିତର ସାହି ବାସିନ୍ଦା ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS