ଜଳିଗଲା ୩ ବଖରା ଘର ସହ ସମସ୍ତ ଖାଦ୍ୟଦ୍ରବ୍ୟ ।
ବାଣୀଗୋଛା ଓ ଚଢେୟାପଲ୍ଲୀରେ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଦାବୀ ।
ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ବହୁ ଦିନର ଦାବୀ ସତ୍ବେ ଦଶପଲ୍ଲା ପଶ୍ଚିମାଞ୍ଚଳ ପ୍ରତି କରାଯାଉଛି ଚରମ ଅବହେଳା । ବିଭିନ୍ନ ସରକାରୀ ଯୋଜନା ହେଉ, କି ପ୍ରାକୃତିକ ବିପର୍ଯ୍ୟୟ ହେଉ ସବୁଥିରେ କଣଠେସା ହେଉଛି ଦଶପଲ୍ଲା ପଶ୍ଚିମାଞ୍ଚଳର ବଣ ପାହାଡ ଘେରା ୭ ଗୋଟି ଆଦିବାସୀ ଅଧ୍ୟୁଷିତ ପଂଚାୟତ । ଏଇ ନିକଟରେ ,ଦଶପଲ୍ଲା ବ୍ଲକ୍ର ସୀମାନ୍ତ ତଥା ନୂଆଗାଁ ପଞ୍ଚାୟତର ଦଦରା ଉଜ୍ଜ୍ବଳ ସାହି ଗ୍ରାମରେ ମଧ୍ୟାହ୍ନରେ ଅଗ୍ନିକାଣୁ ଘଟି ୨ଟି ପରିବାରର ୩ ବଖରା ସମେତ ଆସବାବପତ୍ର ଓ ନଗଦ ଟଙ୍କା ଜଳି ଯାଇଛି। ଏହି ଅଗ୍ନିକାଣ୍ଡରେ ଗ୍ରାମର ପୂର୍ଣ୍ଣ ଭୋଇ ଓ ରଞ୍ଜନ ଭୋଇଙ୍କ ଘର ଜଳି ଯାଇଥିବା ବେଳେ ଦୁଇ ପରିବାର ବେସାହାରା ହୋଇ ଯାଇଛନ୍ତି। ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି ଖବର ପାଇ କନ୍ଧମାଳ ସାଂସଦଙ୍କ ଦଶପଲ୍ଲା ବ୍ଳକ୍ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା ଦମକବାହୀନିକୁ ଖବର ଦେଇଥିଲେ | ମାତ୍ର ଦୀର୍ଘ ୫୦ କିମିରୁ ଊର୍ଦ୍ଧ୍ବ ପଥ ଅତିକ୍ରମ କରି ଦମକଳ ପହଞ୍ଚିବା ବେଳକୁ ନିଆଁର ଆଁରେ ସବୁକିଛି ଜଳିପୋଡ଼ି ଛାରଖାର୍ ହୋଇଯାଇଛି । ତୁରନ୍ତ ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
ବଡ଼କଥା ହେଉଛି, ଦଶପଲ୍ଲା ବ୍ଲକ୍ଠାରୁ ଏସବୁ ପଞ୍ଚାୟତର ଦୂରତା ପ୍ରାୟ ୪୦ରୁ ୫୦ କିମି ଦୂର ହୋଇଥିବା ବେଳେ ବଣପାହାଡ଼ ମଧ୍ୟରେ ଅବସ୍ଥିତ ବିଭିନ୍ନ
ଗ୍ରାମକୁ ରାସ୍ତାଘାଟର ସମସ୍ୟା ସାଙ୍ଗକୁ ଯୋଗାଯୋଗ ପାଇଁ ମୋବାଇଲ ସେବା ଅପହଞ୍ଚ ହୋଇ ରହିଛି। ପ୍ରତିବର୍ଷ ଏଭଳି ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହେଉଛି । ଖବର ପାଇ ଦମକଳ ବାହିନୀ ପହଞ୍ଚିବା ବେଳକୁ ବହୁ ବିଳମ୍ବ ହେଉଛି। ଫଳରେ ବାଣିଗୋଛା ଓ ଚଢେୟାପଲ୍ଲୀ ଠାରେ ଦମକଳ କେନ୍ଦ୍ର ସ୍ଥାପନ ନିମନ୍ତେ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଛି ତୁରନ୍ତ ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ସମେତ ଶ୍ରୀ ଦଳବେହେରା ଦାବି କରିଛନ୍ତି ।
ମଣିଭଦ୍ରା ଖବର, ଦଶପଲ୍ଲା
إرسال تعليق