BREAKING
Loading...
:

ଚର୍ଚ୍ଚାରେ ଚା' ବାଲା" ଗ୍ରାଜୁଏଟ୍ ହୋଇ ବି ନାହିଁ ଚାକିରୀ ନିଶା

 ଚର୍ଚ୍ଚାରେ  ଚା' ବାଲା"


ଗ୍ରାଜୁଏଟ୍ ହୋଇ ବି ନାହିଁ ଚାକିରୀ ନିଶା ।


ଦଶପଲ୍ଲା  : - ( ଶିବାନୀ ଦୀପାଞ୍ଜଳୀ) ତାକଂ ଚା ଦୋକାନରେ ମିଳିଯାଏ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ମ ସବୁ ଖବର । ସବୁ ବର୍ଗର ଲୋକ ତାକଂ ଚା ଦୋକାନରେ ମେଳ । ନାଁ ଟି ହେଉଛି କାହ୍ନା ,ବୟସ ପାଖାପାଖି ୩୩  ,ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ , ପେଷା ଚା' ଦୋକାନ | ଦଶପଲ୍ଲା ଏନଏସି ଅନ୍ତର୍ଗତ ଦୂର୍ଗା ବଜାର ମା ସୁକୁକୁଟୀଙ୍କ ମନ୍ଦିର ଯିବା ରାସ୍ତା କଡରେ ଥିବା ଚା' ଦୋକାନଟିର ପରିଚୟ ହେଉଛି "ଗ୍ରାଜୁଏଟ ଚା' ବାଲା" | ଏ ହେଉଛି ମିଷ୍ଟଭାଷି ଅସିତ୍ ବାଇ ଓରଫ୍ କାହ୍ନାଙ୍କ ଚା' ଦୋକାନର ପରିଚୟ | ସୂର୍ଯ୍ୟ ଉଇଁଲା ବେଳକୁ ଓ ସୂର୍ଯ୍ୟ ନଇଁଲା ବେଳକୁ ଚର୍ଚ୍ଚିତ ଗ୍ରାଜୁଏଟ କାହ୍ନାଙ୍କ ଚା' ଦୋକାନରେ ବେଶ୍ ଭିଡ଼ ଜମେ | ଚା' ସାଙ୍ଗକୁ ଖୁସି ମଜାରେ ସେଠାରେ ସମୟ ବିତାନ୍ତି ଚା' ପ୍ରେମୀ | ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଚାକିରୀ ପଛରେ ନ ଗୋଡାଇ ଚା' ଦୋକାନକୁ ଆଦରି ନେଇଥିବା କାହ୍ନାଙ୍କ ଗ୍ରାଜୁଏଟ ଚା' ଦୋକାନକୁ ନେଇ ସବୁଠି ଚର୍ଚ୍ଚା ବେଶ୍ ଶୁଣିବାକୁ ମିଳୁଛି |

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS