ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ ।
ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର) ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି । ଏହି ଟିଟିଲାଗଡ ରେଳ ଜଙ୍କସନ ରୁ ସାରା ଭାରତକୁ ର ଅନ୍ୟ ରାଜ୍ୟ ଗୁଡ଼ିକ ଗମନା ,ଗମନ ସୁବିଧା ଥିବାରୁ ଗଞ୍ଜେଇ ଚୋରା କାରବାର ଚାଲି ଆସୁଥିବା ବେଳେ ଦୁଇ ଜଣ ଗଞ୍ଜେଇ ଚାଲାଣ କରିବା ଅଭିଯୋଗ ରେ ଟିଟିଲାଗଡ ପୋଲିସ ଦ୍ବାରା ଗିରଫ ହେବା ସୂଚନା ମିଳିଛି । ପ୍ରକାଶ ଯେ, ଏସ ଆଇ ପ୍ରଦୀପ ଦୁରିଆ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଥିଲେ ଯେ କିଛି ବ୍ୟକ୍ତି ଟିଟିଲାଗଡ଼ର ରେଳ ଷ୍ଟେସନ ରୁ ଅନ୍ୟ ରାଜ୍ୟ କୁ ଚୋରା ଗଞ୍ଜେଇ ଚାଲାଣ କରିବା ପାଇଁ ଆସିଛନ୍ତି । ଏ ନେଇ ଥାନାଧିକାରୀ କଲ୍ୟାଣୀ ବେହେରାଙ୍କୁ ସୂଚନା ଦେବା ପରେ ଏକ ଟିମ୍ ଗଠନ କରି ଥାନଧିକାରୀ କଲ୍ୟାଣୀ ବେହେରା ଙ୍କ ନେତୃତ୍ୱ ରେ ଏସ ଆଇ ପି କେ ଦୁରିଆ, ହୀରା ଖାଲକୋ, କିରନ ଜାନି, ଏ ଏସ ଆଇ କାର୍ତ୍ତିକ ପ୍ରଧାନ, ଏମ କେ ବିଶି, ଅହଲ୍ୟା ସୁନାନିଙ୍କୁ ନେଇ ଏକ ଟିମ ଗଠନ କରି ରେଡ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ବାହ୍ୟ ରାଜ୍ୟ କୁ ଚୋରା ଚାଲାଣ ନିମନ୍ତେ ସେମାନେ ଟ୍ରେନ ଟିକେଟ କରି ସାରିଥିବା ବେଳେ ଅତର୍କିତ ଭାବେ ଦୁଇ ମୁଖ୍ୟ ବ୍ୟବସାୟୀ ଙ୍କୁ ପୋଲିସ ଟିମ୍ କାବୁ କରିବା ରେ ସଫଳ ହୋଇ ଥିଲେ । ଉକ୍ତ ଦୁଇ ଜଣ ବ୍ୟକ୍ତିଙ୍କୁ ଗଞ୍ଜେଇ ସହ ସେମାନଙ୍କ ଠାରୁ ଦୁଇଟି ମୋବାଇଲ, ନଗଦ ୩୯୬୦ ଟଙ୍କା ବାହାରି ଥିଲା । ହେଲେ ବିହାର ରାଜ୍ୟର ସୁମନ କୁମାର(୨୪) ଓ ରାଜୀବ କୁମାର (୨୪)। ଦୁଇ ଜଣଙ୍କ ଠାରୁ ୨୩ କେଜି ୯୩୫ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏ ନେଇ ଏକ ମାମଲା ରୁଜ୍ଜୁ ସହ ଦୁଇ ବ୍ୟବସାୟୀ ଙ୍କୁ ଗିରଫ ସହ ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ ପାଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق