ସାସଂଦ ,ମନ୍ତୀ ଓ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ଖଣ୍ଡପଡ଼ାବାସୀ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ସହ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଶିଳ୍ପ ମନ୍ତୀ ସମ୍ପଦ ସ୍ବାଇଁ ଗୁରୁବାର ଅପରାହ୍ନରେ ଖଣ୍ଡପଡ଼ା ବ୍ଲକ କାର୍ଯ୍ଯାଳୟରେ ପହଞ୍ଚିବା ପରେ ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷଙ୍କ ସମେତ ବ୍ଲକ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସାସଂଦ ମନ୍ତ୍ରୀ ବିଧାୟକଙ୍କୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ପରେ ସାସଂଦ ଓ ମନ୍ତ୍ରୀ କଣ୍ଟିଲୋ ନୀଳମାଧବଙ୍କ କ୍ଷେତ୍ର ପରିଦର୍ଶନ କରିଯିବା ଅବସରରେ ଖଳିସାହି ଠାରେ ଗ୍ରାମର ଜନସାଧାରଣଙ୍କ ତରଫରୁ ସାସଂଦ ଓ ମନ୍ତ୍ରୀଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ଏ ଅବସରରେ ଖଳିସାହି ପଞ୍ଚାୟତବାସୀ ବିଭିନ୍ନ ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق