BREAKING
Loading...
:

ବିଜେପି ର ସକ୍ରିୟ ସଦସ୍ୟ ସମ୍ମିଳନୀ

 ବିଜେପି ର ସକ୍ରିୟ ସଦସ୍ୟ ସମ୍ମିଳନୀ  ।                

ଗଜପତି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ର ସକ୍ରିୟ ସଦସ୍ୟ ସମ୍ମିଳନୀ ରା ଉଦୟଗିରି କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସାଂସଦ ପ୍ରତିନିଧି ଆର୍ ବିଜୟ କୁମାର ଙ୍କ ସଂଯୋଜନାରେ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା, ମୁଖ୍ୟ ବକ୍ତା ଭାବେ ପୂର୍ବତନ ପାରଳାଖେମୁଣ୍ଡି ନଗର ପାଳ ନୃସିଂହ ଚରଣ ପଟ୍ଟନାୟକ, ପୂର୍ବତନ ସମ୍ପାଦକ ଜଗନ୍ନାଥ ମୋହାପାତ୍ର, ବିଧାୟକ ପ୍ରାଥୀ ପ୍ରଶାନ୍ତ ମଲ୍ଲିକ, ସହୋ ସଂଯୋଜକ ହରେକୃଷ୍ଣ ପଣ୍ଡା ଉପସ୍ଥିତ ଥିଲେ l ମୋହନା ନିର୍ବାଚନ ମଣ୍ଡଳୀ ର ସମସ୍ତ ନୂତନ ମଣ୍ଡଳ ସଭାପତି ମାନକୁ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ l ନିର୍ବାଚନ ସଫଳତା ଓ ସଂଗଠନ ବିସ୍ତାର, ଭାରତୀୟ ରାଜନୀତି ରେ ବିଜେପି ଦ୍ଵାରା ଆସିଥିବା ପରିବର୍ତ୍ତନ, ପ୍ରଧାନମନ୍ତ୍ରୀ ରୂପେ ମୋଦି ଙ୍କ ନେତୃତ୍ଵରେ ବିକଶିତ ଭାରତ ଦିଗରେ ୧୧ ବର୍ଷ ର ଯାତ୍ରା ଉପରେ ବକ୍ତା ମାନେ ଆଲୋଚନା କରିଥିଲେ l ପ୍ରତ୍ୟକ ବୁଥ୍ ରେ କେମିତି ସକ୍ରିୟ ସଦସ୍ୟ ନିର୍ମାଣ ହେବ ଏବଂ ବିଜେପି ସରକାର ଙ୍କ ୧୫୦ ଲୋକାଭିମୁଖୀ ଯୋଜନା କିପରି ଲୋକ ଙ୍କ ପାଖକୁ ପହଂଚି କାର୍ଯ୍ୟ ଅଧିକ ରୁ ଅଧିକ୍ ବଢିବ ସେ ଉପରେ ଆଲୋଚନା କରିଥିଲେ l ଏହି ସମ୍ମିଳନୀ କୁ ବିଜେପି ରାଜ୍ଯ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର କୁମାର ବେହେରା ପରିଚାଳନା କରିଥିବା ବେଳେ ନିର୍ବାଚନ ମଣ୍ଡଳୀ ର ସମସ୍ତ ସକ୍ରିୟ ସଦସ୍ୟ ଉପସ୍ଥିତ ଥିଲେ l

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS