BREAKING
Loading...
:

ଭଉଣୀଙ୍କୁ ଛାଡ଼ି ଫେରୁଥିଲେ, ଅଧାବାଟରେ ଗଲା ଭାଇ ଜୀବନ

 ଭଉଣୀଙ୍କୁ ଛାଡ଼ି ଫେରୁଥିଲେ, ଅଧାବାଟରେ ଗଲା ଭାଇ ଜୀବନ

 


ଗଜପତି-(ମନୋଜ ପାଢୀ) ଗଜପତି ଜିଲା ମୋହନା ଥାନା ଛତାଭରି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ ସହ ବାଇକ୍‌ ମୁହଁାମୁହିଁ ଧକ୍କା ହେବାଫଳରେ ଜଣଙ୍କ ମୁତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସିଆଲିଲଟି ପଞ୍ଚାୟତ ମେଣ୍ଟିଆମ୍ବ ଗାଁର ନରେନ୍ଦ୍ର ମଣ୍ଡଳ। ନରେନ୍ଦ୍ର ତାଙ୍କ ସମ୍ପର୍କୀୟ ଭଉଣୀଙ୍କୁ ବେଲଗଡ ଗାଁରେ ଛାଡି ନିଜ ଗାଁ ମେଣ୍ଟିଆମ୍ବକୁ ଫେରୁଥିବା ବେଳେ ଛତାଭରି ନିକଟରେ ସାମ୍ନା ପଟୁ ଆସୁଥିବା ବିକ୍ରାନ୍ତ ନାମକ ଘରୋଇ ବସ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ନରେନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରୁ ବସ୍‌ ଡ୍ରାଇଭର ହେଲ୍ପର ଫେରାର ହୋଇଯାଇଛନ୍ତି।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS