BREAKING
Loading...
:

ସୁବଲଡା ଠାରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ।

 ସୁବଲଡା ଠାରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ।

 


ଗଜପତି(ମନୋଜ କୁମାର ପାଢୀ) ଗଜପତିଜିଲ୍ଲା ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ଆନିକଟ ସୁବଳଡା ଗ୍ରାମରେ, ୧୩୪ ତମ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ସୁବଲଡା ଗ୍ରାମର ସମସ୍ତ ମହିଳା ,ପୁରୁଷ, ଯୁବଗୋଷ୍ଠୀ ତଥା ବୁଦ୍ଧିଜୀବୀଙ୍କ ପ୍ରଚେଷ୍ଠା ତଥା ଆଞ୍ଚଳିକ ସହଯୋଗରେ, ସ୍ଥାପିତ ହୋଇଯାଇଛି ବାବା ସାହେବ ଡଃ ଆମ୍ବେଦକରଙ୍କ ପ୍ରତୀମୂର୍ତ୍ତୀ। ସେଥିଲାଗି ସୁବଲଡା ଠାରେ ଏକ ବିଶାଳ ଜନ ସମାବେଶ ଦେଖିବାକୁ ମିଳିଛି। ଆଖପାଖ ଅଞ୍ଚଳରୁ ଅନେକ ଜନସାଧାରଣ ଏଠାକୁ ଆସିଥିବା ଜଣା ପଡିଛି। ସମ୍ପୂର୍ଣ୍ଣ ଉତ୍ସବ ମୂଖର ହୋଇଉଠିଛିି ଏଇ ସୁବଲଡା ଗ୍ରାମଟି। ସୁବଲଡା ଆମ୍ବେଦକର କମିଟିର ସଭାପତି ଯୁଧିଷ୍ଠିର ବଡମୁଣ୍ଡିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏଇ କାର୍ଯ୍ୟକ୍ରମରେ  ମୂଖ୍ୟ ଅତିଥୀ ଭାବେ ମୋହନା ବିଧାୟକ ଦାସରଥୀ ଗମାଙ୍ଗ, ଶୁଭ ଉଦଘାଟକ ଭାବେ ବିଚାରପତି ସାଧକ କାର୍ଯ୍ୟୀ, ମୂଖ୍ୟବକ୍ତା ଭାବେ ଜଗଦୀଶ ହାଇବୃ ,ସମ୍ମାନୀତ ଅତିଥୀ ଭାବେ ଗଜପତିଜିଲ୍ଲା ବି ଆର ଆମ୍ବେଦକର ସଂଗଠନ ସଭାପତି ନାରାୟଣ ସେଠି, ସୁବଲଡା ଗ୍ରାମର ପ୍ରଥମ ଡାକ୍ତର ଗିରିଧାରୀ ରାଉତ,ଜିଲ୍ଲା ଅତିରିକ୍ତ ମୂଖ୍ୟ ଚିକିତ୍ସା ଅଧିକାରୀ ମହେନ୍ଦ୍ର କୁମାର ଭୂୟାଁ,ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର ଓ ସ୍ଥାନୀୟ ସରପଞ୍ଚ ବିରଜା ମଣ୍ଡଳ ପ୍ରମୁଖଙ୍କ ମଞ୍ଚାସୀନ ତଥା ଉପସ୍ଥିତିରେ ପ୍ରତୀମୂର୍ତ୍ତୀର ଉଦଘାଟନ ହୋଇଥିଲା। ସଂଗଠକ ଶ୍ରୀ ସେଠି ଆମ୍ବେକରଙ୍କ ଜନ୍ମ ବୃତାନ୍ତ ତଥା ଜୀବନୀ ଉପରେ ଆଲୋକ ପାତ କରିଥିବା ବେଳେ, ବିଚାରପତି ଶ୍ରୀ କାର୍ଯ୍ୟୀ ନିଜ କଣ୍ଠରେ ସଉରା  ଗୀତ ମାଧ୍ୟମରେ ବାର୍ତ୍ତା ଦେବା ସହ ଲୋକଙ୍କୁ ମନୋରଞ୍ଜନ କରାଇଥିଲେ। ବିଧାୟକ ଶ୍ରୀ ଗମାଙ୍ଗ ଏହି ପ୍ରତୀମୂର୍ତ୍ତୀ ଉଦଘାଟନ ଅଞ୍ଚଳଲାଗି ଏକ ଉଦାହରଣ ହୋଇଥିବାରୁ ଅତ୍ୟନ୍ତ ଖୁସି ଥିବା କହିବା ସହ ଅଞ୍ଚଳରେ ଏପରି ପ୍ରତୀମୂର୍ତ୍ତୀ ସ୍ଥାପନ କରିବାକୁ ଆହ୍ବାନ ଦେବା ସହ, ସେ ତାଙ୍କ ବିଧାୟକ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ।  ଅବସର ପ୍ରାପ୍ତ ପ୍ରଶାସକ ଅଶୋକ ଭୁୟାଁ, ଶ୍ରୀ ହାଇବ୍ରୁ ଓ ଅନ୍ୟାନ୍ୟ ଅତିଥି ଗଣ ମଧ୍ୟ ନିଜ ନିଜ ଢଙ୍ଗରେ ଲୋକଙ୍କୁ ସଚେତନତା କରିଥିଲେ। ଗ୍ରାମର ଯୁବଗୋଷ୍ଠୀ ଅତିଥି ଗଣଙ୍କୁ ବାଇକ ଶୋଭାଯାତ୍ରାରେ ସ୍ବାଗତ ସହ ମଞ୍ଚାସୀନ କରାଇଥିଲେ। କାର୍ଯ୍ୟକ୍ରମକୁ ରଘୁନାଥ ବଡମୁଣ୍ଡି ପରିଚାଳନା ତଥା ଗ୍ରାମର ବିବରଣ ପଠନ କରିଥିବା ବେଳେ ହୃଦିଶ କୁମାର ବଡମୁଣ୍ଡି  ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ପୋଲିସ,ବନ ବିଭାଗ ଓ ଆଞ୍ଚଳିକ ଜନପ୍ରତିନିଧି ମାନେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା। ପରିଶେଷରେ ସଭାପତି ଯୁଧିଷ୍ଠିର ବଡମୁଣ୍ଡି ଧନ୍ୟବାଦ ଅର୍ପଣ ସହ ସଭାସାଙ୍ଗ କରିଥିଲେ।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS